ବୌଦ୍ଧ, (ବଂଶୀଧର ମାଝୀ) : ସମଗ୍ର ବିଶ୍ୱରେ ଯୋଗର ପ୍ରଚାର ପ୍ରସାର କରି ନିରୋଗୀ ଏବଂ ସୁସ୍ଥ ଜୀବନ ଯାପନ କରିବା ପାଇଁ ଯୋଗଗୁରୁ ସ୍ୱାମୀ ରାମଦେବ ସଂକଳ୍ପ ନେଇଛନ୍ତି । ସମ୍ବଲପୁରଠାରେ ଅନୁଷ୍ଠିତ ମଣ୍ଡଳସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକରେ ବୌଦ୍ଧ ଜିଲ୍ଲାର ପ୍ରତିନିଧି ମାନେ ଯୋଗଦାନ କରିଥିଲେ । ମୁଖ୍ୟ କେନ୍ଦ୍ରୀୟ ପ୍ରଭାରୀ ସ୍ୱାମୀ ପରମାର୍ଥ ଦେବ ପ୍ରକାଶ କରିଥିଲେ ଯେ, ପାଞ୍ଚ ହଜାର ବ୍ୟକ୍ତିଙ୍କ ପାଇଁ ଗୋଟିଏ ଯୋଗକେନ୍ଦ୍ର ସ୍ଥାପନା ହେବାର ଆବଶ୍ୟକତା ରହିଛି । ବୌଦ୍ଧ ଜିଲ୍ଲାରେ ଚାରିଲକ୍ଷ ପଚାଶ ହଜାରରୁ ଅଧିକ ଜନସଂଖ୍ୟା ରହିଥିବାରୁ ୧୧୦ଟି ସ୍ଥାନରେ ଯୋଗକେନ୍ଦ୍ର ଖୋଲିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ଆଚାର୍ଯ୍ୟ ଚନ୍ଦ୍ର ମାହନ ଏବଂ ରାଷ୍ଟ୍ରୀୟ ଯୁବା ପ୍ରଭାରୀ ସଚୀନ ଜୀ, ଓଡିଶା ପ୍ରଭାରୀ ସୁଧାଂଶୁ ସଂଗଠନର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଭାରତ ସ୍ୱାଭିମାନ ଟ୍ରଷ୍ଟ ପ୍ରଭାରୀ ଦେବାଶିଷ ପୁରୋହିତ ଜିଲ୍ଲାର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରି ବିବରଣୀ ପାଠ କରିଥିଲେ । ପତଞ୍ଜଳି ଯୋଗ ସମିତି ପ୍ରଭାରୀ ହୃଷିକେଶ ପ୍ରଧାନ, ଯୁବା ପ୍ରଭାରୀ ଦେବନାରାୟଣ ପ୍ରଧାନ, କିଷାନ ପ୍ରଭାରୀ ଅଞ୍ଜନ କୁମାର ସାହୁ, ସୋସିଆଲ ପ୍ରଚାର ପ୍ରସାର ପ୍ରଭାରୀ ଚନ୍ଦ୍ରକାନ୍ତ ନାୟକ ନିଜ ନିଜ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ । ଏହି ବୈଠକରେ ପ୍ରତିନିଧି ଭାବେ ମହେଶ ଚନ୍ଦ୍ର ପାଢ଼ୀ, ପ୍ରତାପ କୁମାର ରଥ, ଝୁମୁକା କହଁର, ଡ଼ମ୍ବରୁଧର ବେହେରା, ସୌମ୍ୟ ରଞ୍ଜନ ପୁରୋହିତ, ପ୍ରମୋଦ କୁମାର ପରିଡା, ଦେବାଶିଷ ମିଶ୍ର, ପ୍ରବୀଣ ନାୟକ, ସ୍ନେହଲତା ପୁରୋହିତ, ସଞ୍ଜୁକ୍ତାରାଣୀ ପଣ୍ଡା ଯୋଗଦାନ କରିଥିଲେ । ଆସନ୍ତା ଅକ୍ଟୋବର ମାସରେ ସହ ଯୋଗ ଶିକ୍ଷକ ତାଲିମ ସହିତ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗୀମାନଙ୍କ ପାଇଁ ଇଣ୍ଟିଗ୍ରେଟେଡ଼ ଯୋଗ ପ୍ରଶିକ୍ଷଣ ଶିବିର ଆୟୋଜନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି । ପ୍ରଶିକ୍ଷଣ ପାଇଁ ଆଗ୍ରହୀ ଥିବା ଭାଇ ଭଉଣୀ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାମାନଙ୍କୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଉଛି ।