ବାଲିଗୁଡାରେ ୧୨୭ ସିଆର୍‌ପିଏଫ୍‌ ବାଟାଲିୟନ ତରଫରୁ ନବମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ‘କର ଯୋଗ, ରୁହ ନିରୋଗ’। ଯୋଗ, ଶାରିରୀକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । ପ୍ରତିଦିନ ଯୋଗ ଅଭ୍ୟାସ ଦ୍ୱାରା ଆମ ମନ ଶାନ୍ତ ରହିବା ସହ ଶରୀରକୁ ସୁସ୍ଥ ଓ ଶକ୍ତି ମିଳିଥାଏ । ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ଯୋଗ ଏକ ସୁନ୍ଦର ଉପଚାର । ତେଣୁ ଯୋଗ କରି ନିରୋଗୀ ହେବା ପାଇଁ ଆନ୍ତର୍ଜାତୀୟ ଯୋଗ ଦିବସର ଏକ ବାର୍ତ୍ତା ବୋଲି ବାଲିଗୁଡା ସ୍ଥିତ ୧୨୭ ସିଆର୍‌ପିଏଫ୍‌ ବାଟାଲିୟନ ତରଫରୁ ଏକ ଯୋଗ ଶିବିରରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଏଥିରେ ଅତିଥି ଭାବେ ୧୨୭ ସିଆର୍‌ପିଏଫ୍‌ର ଦ୍ୱିତୀୟ କମାଣ୍ଡ ଅଧିକାରୀ ସୁବ୍ରତ ନାୟକ, ଡେପୁଟି କମାଡେଣ୍ଟ ବିପିନ କୁମାର ଓ ନିରୀକ୍ଷକ ମାନସ ସୁନ୍ଦରାୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଆଚାର୍ଯ୍ୟ କୈଳାସ ଚନ୍ଦ୍ର ମହାରଣା, ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ଏବଂ ଜବାନଙ୍କ ଉପସ୍ଥିତରେ ନବମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ସିଆରପିଏଫ୍‌ କ୍ୟାମ୍ପ ପରିସରରେ ପାଳିତ ହୋଇଯାଇଛି । ପ୍ରମୁଖ ଅତିଥିମାନେ ଯୋଗଦେଇ ଯୋଗର ପ୍ରକାର ଭେଦ ଉପରେ ଆଲୋକପାତ କରିଥିଲେ । ମାନସିକ ଶାନ୍ତି ଓ ଆଧ୍ୟାତ୍ମିକ ଜାଗରଣ ପାଇଁ ଯୋଗର ଭୂମିକା ସମ୍ବନ୍ଧରେ ବୁଝାଇଥିଲେ । ଯୋଗର ଉତ୍ପତି ସ୍ଥଳ ଏହି ଭାରତ ବର୍ଷ । ବିଶ୍ୱସ୍ତରରେ ଏହି ଯୋଗ ଦିବସ ପାଳନ ପାଇଁ ଭାରତରୁ ହିଁ ଉଦ୍ୟମ ଆରମ୍ଭ ହୋଇଥିଲା, ବିଶ୍ୱକୁ ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଅବଦାନ ଯୋଗ ବୋଲି ଅତିଥିମାନେ ମତବ୍ୟକ୍ତ କରି ଛାତ୍ରଛାତ୍ରୀ ଓ ଜବାନମାନଙ୍କୁ ଯୋଗାଭ୍ୟାସ କରାଇଥିଲେ ।

Leave A Reply

Your email address will not be published.