ଝାରବନ୍ଧରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ପଡ଼ିଆଠାରେ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଝାରବନ୍ଧ ଏବଂ ନେହେରୁ ଯୁବ ସଂଗଠନ, ବରଗଡ଼ ଯୋଗ ମହୋତ୍ସବ ସମିତି ଝାରବନ୍ଧର ମିଳିତ ଆନୁକୂଲ୍ୟରେ ନବମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଝାରବନ୍ଧ ବ୍ଲକରୁ ବିଭିନ୍ନ ଗ୍ରାମରୁ ଶତାଧିକ ପୁଅ ଝିଅ ସହିତ କଲେଜ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଯୋଗ ଗୁରୁ ନିମାଇ ଚାନ୍ଦ ବାରିକ ଏବଂ କ୍ଲଷ୍ଟର ସ୍ତରୀୟ ଯୋଗ ଗୁରୁ ମାନେ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଅରୁଣ କୁମାର ଭୋଇ ମୁଖ୍ୟବକ୍ତା ମେଡିକାଲ୍ ଅଫିସର ଡ଼ା ସୁୁନିଲ ନାୟକ, ଡ଼ା ହେମନ୍ତ ବାରିକ, ସୁପର ଭାଉଜର ସୁଦାମ ମିର୍ଦ୍ଧା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଦେବବ୍ରତ ବେହେରା, ଉମେଶ ସାହୁ, ଦୁର୍ଯ୍ୟୋଧନ ପାଣ୍ଡେ, ଅଲେଖ ସଗରୀୟ, ଲୋଚନ ସାହୁ, ଖେଗେଶ୍ୱର୍ ବିଶ୍ଵାଳ ତଥା ଗ୍ରାମବାସୀ ସାହାଯ୍ୟ ସହଯୋଗ କରିଥିଲେ । ଆହୁରି ଆଗକୁ କିପରି ଭାବରେ ଯୋଗ ପୁର ପଲ୍ଲୀରେ ପହଞ୍ଚିବ ଏବଂ ଲୋକମାନେ ଏକ ସୁସ୍ଥ ଜୀବନ ଯାପନ କରିବେ ଏହା ଉପରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.