ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ସର୍ବ ପୁରାତନ ତଥା ବିଶ୍ୱାସ ଯୋଗ୍ୟ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ଓ ସ୍କିଲ ଡେଭଲପ୍ମେଣ୍ଟ ସେଣ୍ଟରର ବାର୍ଷିକ ଉତ୍ସବ ପରିଚାଳକ ଶିବାନନ୍ଦ ଦୀକ୍ଷିତଙ୍କ ସଭାପତିତ୍ୱରେ ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖତ୍ରୀ, ଶିଶୁ କବି ଯୁଗଳ କିଶୋର ଷଡ଼ଙ୍ଗୀ ଯୋଗ ଦେଇଥିଲେ । ପ୍ରଥମେ ଭଗବାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ୱଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଶିକ୍ଷା କେନ୍ଦ୍ରରୁ ସଫଳ ହୋଇଥିବା ବ୍ୟକ୍ତିତ୍ୱ, କଳା କ୍ଷେତ୍ରରେ ସଫଳତା ତଥା ବ୍ୟାପାର ଜଗତରେ ସଫଳ ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀଙ୍କ ଦ୍ଵାରା ଅତି ସୁନ୍ଦର ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା । ଯାହାକି ଉପସ୍ଥିତ ଅଭିଭାବକ ମାନଙ୍କ ମନ ମୋହି ନେଇଥିଲା । ସୌମ୍ୟ ଦୀକ୍ଷିତ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଧନ୍ୟବାଦ ଅର୍ପଅଣ କରିଥିଲେ ଆଦ୍ୟାଶା ଦୀକ୍ଷିତ । ବେଷ୍ଟ ଷ୍ଟୁଡେଣ୍ଟ୍ ଅନ୍ନପୂର୍ଣ୍ଣା ନନ୍ଦ, ବେଷ୍ଟ ପ୍ରୋଗ୍ରାମର ଗୌରବ ଅଗ୍ରୱାଲ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସେଣ୍ଟରର ରୋଲିନ ଦୀକ୍ଷିତ, ଦୂର୍ଲଭି ସାହୁ, ଡି. ଗୀତା ରାଓ, ରେବତୀ ସାହୁ, ନମିତା ଭାଟି, ଯମୁନା ମାଝୀ, ଫୁଲନି ବିଶି, ହରିଶ ବନଛୋର, ନବୀନ ପଲାଇ ଓ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ ।