oom

ଦେଓଗାଁରେ ଜେଏମ୍ଏଫ୍‌ସି କୋର୍ଟ ଦାବୀ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁରେ ଜେଏମ୍‌ଏଫ୍‌ସି କୋର୍ଟର ଆବଶ୍ୟକତା ଥିଲେ ମଧ୍ୟ ଦୀର୍ଘ ବର୍ଷ ହେଲା ପ୍ରତିଷ୍ଠା କରାଯାଉନଥିବାରୁ ଦେଓଗାଁବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ଦେଓଗାଁ ବ୍ଳକ ଏକ ଆଦିବାସୀ, ହରିଜନ ଅଧ୍ୟୁସିତ ଅଞ୍ଚଳ ଭାବେ ବେଶ ଜଣାଶୁଣା । ଦେଓଗାଁ ବ୍ଳକର ଶତକଡ଼ା ୪୦ ଭାଗ କେସ ବଲାଙ୍ଗିର ଏସ୍‌ଡ଼ିଜେଏମ୍‌ କୋର୍ଟରେ ପଡ଼ିଥିବାରୁ ବ୍ଳକର ରାମଚନ୍ଦ୍ରପୁରରୁ ଆରମ୍ଭ କରି ଅର୍ଜୁନପୁର ପର୍ଯ୍ୟନ୍ତ ବ୍ଲକର ୧୨୬ଟି ଗାଁର ଲୋକମାନେ ଦୀର୍ଘ ୫୦ କିଲୋମିଟର ରାସ୍ତା ଅତିକ୍ରମ କରି ବଲାଙ୍ଗିର କୋର୍ଟକୁ ଯାଉଛନ୍ତି । ଯାହା ଫଳରେ ଲୋକମାନେ ଅଯଥା ଅର୍ଥ ଓ ସମୟର ଖର୍ଚ୍ଚାନ୍ତରେ ପଡ଼ୁଛନ୍ତି । ଅନ୍ୟପକ୍ଷରେ ଦେଓଗାଁ ତହସିଲ, ଦେଓଗାଁ ବ୍ଳକ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ବିଭାଗର ନୂତନ ଭାବେ ତିଆରି କରାଯାଇଥିବା ସରକାରୀ କୋଠାଗୁଡ଼ିକ ଥିବାରୁ ବିଚାରପତି ସହ କର୍ମଚାରୀ ମଧ୍ୟ ରହିବା ପାଇଁ କୌଣସି ଅସୁବିଧା ହେବ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଏ ।

ସୂଚନା ଯୋଗ୍ୟ ଯେ, ଦେଓଗାଁ ବ୍ଳକରେ ଆଜକୁ ୧୦ ବର୍ଷ ହେଲା ତହସିଲ କାର୍ଯ୍ୟାଳୟ ଅଛି । ସେହିପରି ୨୫ ବର୍ଷରୁ ଅଧିକ ହେଲା ପୁଲିସ ଫାଣ୍ଡି ଥିବା ବେଳେ ପ୍ରାୟ ୩ ବର୍ଷ ହେଲା ପୁଲିସ ଫାଣ୍ଡି ଥାନାର ମାନ୍ୟତା ମଧ୍ୟ ପାଇଛି । ଦେଓଗାଁ ଓ ତୁଷୁରା ସୀମାରେ ଜେଏମ୍‌ଏଫ୍‌ସି କୋର୍ଟ ପ୍ରତି‌ଷ୍ଠା କଲେ ଦେଓଗାଁ ସମେତ ତୁଷୁରା ଅଞ୍ଚଳର ଲୋକମାନେ ମଧ୍ୟ ଉପକୃତ ହେବେ । ତେଣୁ ଦେଓଗାଁରେ ଜେଏମ୍‌ଏଫ୍‌ସି କୋର୍ଟ ପ୍ରତିଷ୍ଠା କରାଯିବାକୁ ସାଧାରଣରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.