om academy

କଟୁରୀରେ ସ୍ତ୍ରୀର ବେକ କାଟି ହତ୍ୟା କଲା ସ୍ୱାମୀ

jsm

ମାଲକାନଗିରି : ପାରିବାରିକ କଳହ ଉଗ୍ରରୂପ ନେବାରୁ କଟୁରୀରେ ସ୍ତ୍ରୀର ବେକ କାଟି ହତ୍ୟା କଲା ସ୍ୱାମୀ । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ କୋଇକୋଣ୍ଡା ଗ୍ରାମରେ । ଗ୍ରାମର ସାଲବାମ ନାଗା ପାରିବାରିକ କାରଣରୁ ସ୍ତ୍ରୀ ସାଲବାମ ନାଗିଙ୍କୁ ହତ୍ୟା କରିଛି । ଗତ ୬ ବର୍ଷ ତଳେ ବିବାହ କରିଥିଲେ । ଏକ ମାତ୍ର ପୁତ୍ର ସନ୍ତାନର ମୃତ୍ୟୁ ପରେ କୌଣସି ସନ୍ତାନ ନହେବା କାରଣରୁ ସବୁବେଳେ ଗଣ୍ଡଗୋଳ ଲାଗି ରହିଥିଲା ବୋଲି ଜଣାପଡିଛି । ହତ୍ୟାକାରୀ ସ୍ୱାମୀ ସାଲବମ ନାଗାଙ୍କୁ ପୁଲିସ ଗିରଫ କରି ପଚରାଉଚରା କରୁଛି ।

Leave A Reply

Your email address will not be published.