୪ଟି ଜିଓ ଷ୍ଟୋରରେ ଜିଓ ମାର୍ଟ ଆରମ୍ଭ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ଚାରୋଟି ଷ୍ଟୋରରେ ଜିଓ ମାର୍ଟ ସେବା ଆରମ୍ଭ ହୋଇଛି ଯେଉଁଥିରେ ଗ୍ରାହକମାନେ ଜିଓ ଷ୍ଟୋରରେ ଅନ୍‌ଲାଇନ୍‌ ମାଧ୍ୟମରେ ବିଭିନ୍ନ ପ୍ରକାର ସାମଗ୍ରୀଗୁଡିକ ନିଜ ପସନ୍ଦ ହିସାବରେ ବାଛି ପାରିବେ ଓ ସେହି ଜିନିଷ କମ୍‌ ଦରରେ କିଣିପାରିବେ । କମ୍ପାନୀ କହିବା ଅନୁସାରେ ମାର୍କେଟରେ ଜିନିଷର ଦର ଅପେକ୍ଷା ଏହି ଜିଓ ମାର୍ଟ ଦ୍ୱାରା ଜିନିଷ କ୍ରୟ କରିଲେ ଗ୍ରାହକଙ୍କୁ ଶସ୍ତାରେ ମିଳିପାରିବ । ତା’ସହିତ ପ୍ରତ୍ୟେକ ଦିନ କିଛି ନା କିଛି ସାମଗ୍ରୀରେ କମ୍ପାନୀ ତରଫରୁ ଅଫର୍‌ ମଧ୍ୟ ରହିବ ଏବଂ ଗ୍ରାହକଙ୍କ ଘରକୁ ନିର୍ଦ୍ଧିଷ୍ଟ ସମୟରେ ଜିନିଷ ପହଞ୍ଚାଇବା ଦାୟିତ୍ୱ କମ୍ପାନୀର । ଏହି ସୁବିଧା ଅନ୍ୟ ଅନଲାଇନ କିଣାବିକାରେ ଥିବା ବେଳେ ଜିଓ ମାର୍ଟରେ ମଧ୍ୟ ଏହି ସୁବିଧା ପାଇପାରିବେ ଗ୍ରାହକ । ଏହି ଅଫର୍‌ର ଶୁଭାରମ୍ଭ ଶୁକ୍ରବାର ଦିନଠାରୁ ଆରମ୍ଭ ହୋଇଅଛି । ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ସେବାକୁ ଅତାବିରା ଜିଓ ଷ୍ଟୋରରେ ଫିତା କାଟି ଉଦଘାଟନ କରିଛନ୍ତି ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଅମିତ ପ୍ରଧାନ ଏବଂ ବରଗଡ ଜିଓ ଷ୍ଟୋର ମୁଖ୍ୟ ସୁଶାନ୍ତ ପଣ୍ଡା ସେଠାରେ ଉପସ୍ଥିତ ରହି ଲୋକେ କିଭଳି ଏହି ସୁବିଧା ପାଇପାରିବେ ସେ ବିଷୟରେ କହିଛନ୍ତି । ବର୍ତ୍ତମାନ ଏହି ସେବା କେବଳ ଷ୍ଟୋରରେ ଦିଆଯାଇ ଥିବାବେଳେ ଆଗାମୀ ଦିନରେ ଏହାକୁ ସମସ୍ତ ଗାଁ ତଥା ସହରମାନଙ୍କରେ ଥିବା ରିଟେଲରମାନଙ୍କୁ ମଧ୍ୟ ଦିଆଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ତେବେ ଏହି ସେବା ଆରମ୍ଭ ଦ୍ୱାରା ଗ୍ରାହକ ଶସ୍ତାରେ ସାମଗ୍ରୀ ପାଇବା ସହିତ ଘରକୁ ଜିନିଷ ପହଂଚି ମଧ୍ୟ ପାରିବ ।

jittmm
Leave A Reply

Your email address will not be published.