ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜିର ଆଧୁନିକ ଯୁଗରେ ମୋବାଇଲ ବିନା ଲୋକେ ଅଧୁରା କହିଲେ ଅତ୍ୟୁକ୍ତି ହେବନାହିଁ । ସେହିପରି ମୋବାଇଲ ଫୋନରେ କେଉଁ କମ୍ପାନୀର ସିମ ଲଗାଇଲେ ଭଲ ନେଟୱର୍କ ସହ ସେବା ଚାରିଆଡ଼େ ଉପଲବ୍ଧ ହୋଇପାରିବ ସେଥିପାଇଁ ଗ୍ରାହକ ନିଜେ କମ୍ପାନୀ ଦେଖି ଚୟନ କରୁଛନ୍ତି । ପ୍ରଥମେ ବିଏସ୍ଏନ୍ଏଲ୍, ତା’ପରେ ଏୟାରଟେଲ ଆଉ ଏବେ ଜିଓ କମ୍ପାନୀର ସେବା ଲୋକେ ବେଶି ଗ୍ରହଣ କରୁଛନ୍ତି । ଜିଓର ନେଟୱର୍କ ଏବଂ ଡାଟା ଲୋକଙ୍କ ପ୍ରଥମ ପସନ୍ଦ ହୋଇଛି । ପରିତାପର ବିଷୟ କିଛି ଦିନ ହେବ ଟିଟିଲାଗଡ ସହରରେ ଜିଓ ସେବା ଯୋଗାଇବାରେ ବିଫଳ ହୋଇଛି, କାହାକୁ ଫୋନ କଲେ ରିଙ୍ଗ ହେଉନି, ଫୋନ ଉଠାଇଲେ କଥା ଶୁଭୁନି, ବେକାରିଆ ସାଉଣ୍ଡ ଶୁଭୁଚି, ନେଟ ସ୍ଲୋ ହୋଇଯାଉଛି । ଯଦ୍ୱାରା ସ୍ଥାନୀୟ ଲୋକ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ଦିଗରେ ପରିଚାଳନା କରୁଥିବା ଅଧିକାରୀ ଦୃଷ୍ଟି ଦେଇ ସମାଧାନ କରିବାକୁ ସାଧାରଣରେ ଦାବୀ ହେଉଛି ।