ଜିଲ୍ଲା ସ୍ତରୀୟ କୃଷକ ସମ୍ବାଦ ବଜେଟ- ୨୦୨୬କୁ ନେଇ ସାମ୍ୱାଦିକ ସମ୍ମିଳନୀ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଜିଲ୍ଲା ସ୍ତରୀୟ କୃଷକ ସମ୍ବାଦ ବଜେଟ- ୨୦୨୬ ଉପରେ ସୁବର୍ଣ୍ଣପୁର ଜିଲ୍ଲା ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଓଡ଼ିଶା ସରକାରଙ୍କ ୨୦୨୬ – ୨୭ ସମଗ୍ର ରାଜ୍ୟ ବଜେଟ ଚଳିତ ବର୍ଷ ୩.୧୦ଲକ୍ଷ କୋଟି ଛୁଇଁ ଥିବାବେଳେ ଏଥିରେ କୃଷି ଓ କୃଷକ ସମ୍ପର୍କିତ ବଜେଟ ୧ ଲକ୍ଷ ୬୩ ହଜାର କୋଟି ରହିଛି । ଏହା ଗ୍ରାମୀଣ କୃଷି ଉତ୍ପାଦନକୁ ଦୀର୍ଘ କାଳୀନ ଭିତ୍ତିରେ ଶକ୍ତିଶାଳୀ କରିବ ବୋଲି ସେ କହିଥିଲେ । ଏହି ସମ୍ମିଳନୀରେ ରାଜ୍ୟ କୃଷକ ବଜେଟ ସମ୍ପର୍କିତ ବକ୍ତା ସରୋଜ ସାହୁ, ଜିଲ୍ଲା ସଭାପତି ବେଣୁଧର ଦାଶ, କୃଷକ ମୋର୍ଚ୍ଚା ସଭାପତି ଅଶୋକ ପୃଷ୍ଟି, ବରିଷ୍ଠ ନେତା ପ୍ରମୋଦ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.