ଅସହାୟ ବୃଦ୍ଧ ଦମ୍ପତ୍ତିଙ୍କ କୁଡିଆ ଘରେ ଜିଲ୍ଲାପାଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାବୁପାଲି ପଞ୍ଚାୟତର ଅପହଞ୍ଚ ଗାଁ ପଲସାପାଲିର ଅସହାୟ ବୃଦ୍ଧ ଦମ୍ପତ୍ତିଙ୍କ ପାଖରେ ପହଞ୍ଚିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ । ବୃଦ୍ଧବୃଦ୍ଧାଙ୍କ ସହ କୁଡ଼ିଆ ଭିତରେ ତଳେ ବସି ସବୁ ସମସ୍ୟା ବୁଝିଥିଲେ । ଦୀର୍ଘ ୪୦ ବର୍ଷରୁ ଏହି ବୃଦ୍ଧ ଦମ୍ପତ୍ତି ରହି ଆସୁଥିବା ଝାଟିମାଟିରେ ତିଆରି ହୋଇଥିବା ଭଙ୍ଗା ଘର ବା ରହିବା ଜାଗା ଦେଖି ଓ ପ୍ରଶାସନ ପହଞ୍ଚି ନ ଥିବା ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଭଲରେ ଶୁଣି ପାରୁ ନ ଥିବା ଅସୁସ୍ଥ ବୃଦ୍ଧବୃଦ୍ଧାଙ୍କ ସବୁ ଦୁଃଖ ଶୁଣିଥିଲେ ଜିଲ୍ଲାପାଳ ଓ ତାଙ୍କ ମାନସିକ ରୋଗଗ୍ରସ୍ତ ପୁଅର ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ସହ ରହିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଇ ଦେବାକୁ ଦୃଢ଼ ପ୍ରତିଶ୍ର୍ରୁତି ଦେଇଥିଲେ । ଜିଲ୍ଲାପାଳଙ୍କ ଆଜିର ଏହି ମହନୀୟ କାର୍ଯ୍ୟକୁ ଆଜି ବିନିକା ଅଞ୍ଚଳ, ସାରା ଜିଲ୍ଲା ତଥା ରାଜ୍ୟରେ ପ୍ରଶଂଶା କରାଯାଇଛି ।

Leave A Reply

Your email address will not be published.