ଚର୍ଚ୍ଚାରେ ପୂର୍ଣ୍ଣଛେଦ : ନିର୍ବନ୍ଧ ସରିଲା, ବାହା ହେବେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି । ସମାପ୍ତ ହୋଇଛି ନିର୍ବନ୍ଧ । ବାହା ହେବେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା । ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସହ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣାଙ୍କ ନିର୍ବନ୍ଧ ଗତକାଲି ସମ୍ବଲପୁର ସ୍ଥିତ ଅନନ୍ୟାଙ୍କ ବାସଭବନରେ ପାରଂପାରିକ ରୀତିନୀତି ଅନୁସାରେ ସଂପନ୍ନ ହୋଇଯାଇଛି । ଏହି ଶୁଭ କାର୍ଯ୍ୟକ୍ରମରେ ଚଂଚଳ ଏବଂ ଅନନ୍ୟାଙ୍କ ପରିବାର ସଦସ୍ୟଙ୍କ ସହ ଉଭୟଙ୍କ ଘନିଷ୍ଠ ବନ୍ଧୁ ବାନ୍ଧବୀମାନେ ଯୋଗଦାନ କରିଥିଲେ । ତେବେ ଆସନ୍ତା ତିନି ମାସ ମଧ୍ୟରେ ଆସାମର ଗୌହାଟିରେ ବାହାଘର ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ତେବେ ସୂଚନା ଅନୁସାରେ ଉଭୟଙ୍କ ଏହା ହେଉଛି ଦ୍ୱିତୀୟ ବାହାଘର । ଉଭୟେ ବ୍ୟକ୍ତିଗତ ମତଭେଦ କାରଣରୁ ପ୍ରଥମ ବିବାହରେ ବିଫଳ ହେବା ପରେ ଛାଡ଼ପତ୍ର ସମ୍ବନ୍ଧୀୟ ରୀତିନୀତି ଅବଲମ୍ବନ କରି ସାରିଥିଲେ । ଏବେ ଅନନ୍ୟା ଓ ଚଂଚଳ ବିବାହ ବନ୍ଧନରେ ବାନ୍ଧି ହୋଇ ଦୁହେଁ ଦୁହିଁଙ୍କ ଜୀବନ ସାଥୀ ହେବେ । ଦୁହେଁ ଦୁହିଁଙ୍କ ପାଇଁ ସ୍ୱପ୍ନ ସାଉଁଟିବେ ।

Leave A Reply

Your email address will not be published.