oom

ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ଯାଇ ସଦାନନ୍ଦଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଲେ ଜିଲ୍ଲାପାଳ

jsmm
  • ନୂତନ ଡ୍ୟାଲେସିସ ମେସିନ ଓ ନବନିର୍ମିତ ଶୌଚାଳୟର ଉଦ୍‌ଘାଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ଯାଇ ଆଗଲପୁର ପଞ୍ଚାୟତ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ର ସଦାନନ୍ଦ ମେହେରଙ୍କ ପିତା ମାତାଙ୍କ ସହ ଆଇସିୟୁରେ ଚିକିତ୍ସାଧୀନ ସଦାନନ୍ଦଙ୍କ ସ୍ଵାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ତାଙ୍କ ଚିକିତ୍ସା ସମ୍ପର୍କରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର ମେଡିକାଲ ଅଧିକ୍ଷକ ଡ଼. ମାନସୀ ପଣ୍ଡା ତଥା ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ଛାତ୍ରର ଆଶୁ ଆରୋଗ୍ୟ କାମନା କରିବା ସହ ଆବଶ୍ୟକୀୟ ମେଡିକାଲ ସହାୟତା ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ । ଜିଲ୍ଲାପାଳ ଶ୍ରୀ ରାଣା ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ପରିଦର୍ଶନ କରିବା ସହ ମେଡିକାଲ ଠାରେ ଏକ ନୂତନ ଡ୍ୟାଲେସିସ ମେସିନର ଉଦ୍‌ଘାଟନ କରିଥିଲେ । କର୍ତ୍ତବ୍ୟ ଫାଉଣ୍ଡେସନ ସଂସ୍ଥା ପକ୍ଷରୁ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ଏହି ନୂତନ ଡ୍ୟାଲେସିସ ମେସିନ ଯୋଗାଇ ଦିଆଯାଇଛି । ଆଗରୁ ଡ୍ୟାଲେସିସ ବେଡ ସଂଖ୍ୟା ୧୦ ଥିଲା, ବର୍ତ୍ତମାନ ଏହା ୧୧କୁ ବୃଦ୍ଧି ପାଇଛି ଏବଂ ଆଗାମୀ ଦିନରେ ଏହାକୁ ଆହୁରି ବୃଦ୍ଧି କରାଯିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବା ସହ ଡ୍ୟାଲେସିସ ରୋଗୀମାନେ ଯେପରି ଉପଯୁକ୍ତ ସେବା ପାଇ ପାରିବେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏତଦବ୍ୟତୀତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ପରିସରରେ ଥିବା ଏମସିଏଚ କୋଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପାଣ୍ଠି ଜରିଆରେ ନବନିର୍ମିତ ଶୌଚାଳୟକୁ ଜିଲ୍ଲାପାଳ ଉଦ୍‌ଘାଟନ କରିଥିଲେ । ଏମସିଏଚର ଓପିଡିକୁ ଆସୁଥିବା ମା’ମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଶୌଚାଳୟ ନିର୍ମାଣ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର ଅଧିକ୍ଷକ ଡ଼. ମାନସୀ ପଣ୍ଡା, ଅତିରିକ୍ତ ମେଡିକାଲ ଅଧିକ୍ଷକ ଡ଼. ପ୍ରଭାତ କୁମାର ରଥ, ଭୀମ ଭୋଇ ମେଡିକାଲ କଲେଜର ପ୍ରଶାସନିକ ଅଧିକାରୀ ଜୟଶ୍ରୀ ପାଢୀ, ହସ୍ପିଟାଲ ମ୍ୟାନେଜର ପ୍ରତୁଷ ପଟ୍ଟନାୟକ, ସୁଦୀପ ଦତ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.