oum

ବିଭିନ୍ନ ସ୍ଥାନ ପରିଦର୍ଶନ କଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା

jsm

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝି ପରିଦର୍ଶନ କରିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଗତ ବୁଧବାର ଦିନ ନୂଆପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝି ସିନାପାଲି ଗସ୍ତରେ ଆସିଥିବା ବେଳେ ସିନାପାଲି ବ୍ଲକର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ସିନାପାଲି ବ୍ଲକ ଅନ୍ତର୍ଗତ ଗୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶହେ ସଜ୍ୟା ବିଶିଷ୍ଟ ଆଦିବାସୀ ହଷ୍ଟେଲ, କୋଟାମାଲ ଠାରୁ ଡଙ୍ଗରୀପଡା ରାସ୍ତା, ତିଲେଇମାଲ ରେନୋଭେଶନ କାର୍ଯ୍ୟ, ଧିଙ୍ଗିଆମୁଣ୍ତା ଗାର୍ଡ ୱାଲ୍ ଓ ଟ୍ରାନସ୍‌ଫର୍‌ମେସନ ୱାର୍କ, ସମେତ ନୂଆମାଲପଡା ଗ୍ରାମ ପଞ୍ଚାୟତ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସିନାପାଲି ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝି, ଉପାଧ୍ୟକ୍ଷା ମିନା ଘିଭେଲା, ଜିଲ୍ଲା ପରିଷଦ ସଭ୍ୟା ଜୋନ ନମ୍ୱର ୧୨ ପୁଷ୍ପାଞ୍ଜଳି ଗୁଆଲ, ଜୋନ ନମ୍ୱର ୧୩ ଯାଜ୍ଞସେନୀ କଟା, ଜୋନ ନମ୍ୱର ୧୪ ଆଶା ଜୈନ, ସିନାପାଲି ବିଡିଓ ସଦାଶିବ ନାଏକ, ସହକାରୀ ଯନ୍ତ୍ରୀ ମନୋରଞ୍ଜନ ପରିଡା, କନିଷ୍ଠ ଯନ୍ତ୍ରୀ ପର୍ଶୁରାମ କହର, ମିନାକ୍ଷୀ ମିଶ୍ର, ସମେତ ମହେନ୍ଦ୍ର ସୁନାନୀ, ଲୋକନାଥ ଛତ୍ରିଆ, ଯୋଗେନ୍ଦ୍ର ମାଝି ସହ ଅନ୍ୟାନ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.