oum

ଜିଲ୍ଲା ମାନ୍ୟତା ଦାବିରେ ଆଠଗଡ଼ ବନ୍ଦ

jsm

ଆଠଗଡ : ଆଠଗଡକୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ଆଠଗଡ଼ ବନ୍ଦ । ଜିଲ୍ଲା ଦାବି ନେଇ ବାର ଘଣ୍ଟିଆ ବନ୍ଦ ଡାକରା ଦେଇଛି ଆଠଗଡ଼ ଜିଲ୍ଲାକ୍ରିୟାନୁଷ୍ଠାନ କମିଟି । କ୍ରିୟାନୁଷ୍ଠାନର ସଦସ୍ୟମାନେ ବିଭିନ୍ନ ଛକରେ ପିକେଟିଂ କରି ଗାଡି ମଟର ବନ୍ଦ କରିଛନ୍ତି । ଆଠଗଡକୁ ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ବିଭିନ୍ନ ସମୟରେ ବାରମ୍ୱାର ଦାବି ହେଉଥିବା ବେଳେ ତାହାକୁ ଅଣଦେଖା କରାଯାଉଥିବାରୁ ଆଠଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଠଗଡ଼ ବ୍ଲକ ଅଫିସ୍ ସମ୍ମୁଖରେ ଏକ ମାସ ହେବ ଧାରଣା ଦେଇଥିଲେ କ୍ରିୟାନୁଷ୍ଠାନ କମିଟି । ଆଜିର ବନ୍ଦ ଡାକରାରେ ସାମିଲ ଅଛନ୍ତି ଆଠଗଡ଼ ଅଞ୍ଚଳର ବୁଦ୍ଧିଜୀବୀ, ଓକିଲ ସଂଘ ଭଳି ବହୁ ଅନୁଷ୍ଠାନ । ସୁରକ୍ଷା ଦୃଷ୍ଟି ଆଠଗଡ଼ ଏସ୍‌ଡିପିଓଙ୍କ ନେତୃତ୍ୱରେ ତିନି ପ୍ଳାଟୁନ୍‌ ଫୋର୍ସ୍‌ ମୁତୟନ ଯିବା ସହିତ ଆଠଗଡ଼ ଉପଖଣ୍ଡର ସମସ୍ତ ଥାନା ଅଧିକାରୀ ଉପସ୍ଥିତ ରହିଛନ୍ତି । ବନ୍ଦ ରହିଛି ଆଠଗଡ଼ର ସମସ୍ତ ଦୋକାନ ବଜାର ।

Leave A Reply

Your email address will not be published.