csstore

ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ କ୍ଷୀର, କାଢା ଏବଂ ଶୁଖିଲା ଖାଦ୍ୟ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା କାଳରେ ସଟ୍‌ଡାଉନ ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧା ହେଉଥିବା ବେଳେ ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଗରମ କ୍ଷୀର, କାଢା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଜିଲ୍ଲା ଯୁବ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଲୋୟର ସୁକତେଲ ଜୋନାଲ ଅଫିସର ଶଙ୍କର୍ଷଣ ପ୍ରଧାନ ଫିତା କାଟି ଉଦ୍‌ଘାଟନ କରିଥିଲେ । ଯୁବ କୁଲୁତା ସମାଜର ଏଭଳି କାର୍ଯ୍ୟକ୍ରମକୁ ଶ୍ରୀ ପ୍ରଧାନ ଭୂୟସୀ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ ଏହି ଯୁବ ସଂଗଠନ ଆଗକୁ ଆସିି ମୁଖ୍ୟ ଭୂମିକା ନିଭାଇଲେ ନିଶ୍ଚିତ ଭାବରେ ସମାଜ ଉନ୍ନତି ପଥରେ ଆଗେଇ ପାରିବ ବୋଲି ତାଙ୍କର ବକ୍ତବ୍ୟରେ କହିଥିଲେ । ଏଥିରେ ସଂପାଦକ ପୂର୍ଣ୍ଣ ବିଶ୍ୱାଲ, ଉପ-ସଭାପତି ସୁଧିର ପ୍ରଧାନ, ବିପିନ ପ୍ରଧାନ, କେଶବ ପ୍ରଧାନ, ଦିନେଶ ସାହୁ, ଦିବ୍ୟ ପ୍ରଧାନ, ଗୋବିନ୍ଦ ପ୍ରଧାନ, ପରେଶ ସାହୁ, ଶୁଶାନ୍ତ ପ୍ରଧାନ, ଗୀତା ସାହୁ, ଦୈତାରି ସାହୁ, କୌସ୍ତବ ସାହୁ, କୈବର୍ତ୍ତ ପ୍ରଧାନ, ଶୁଶାନ୍ତ ସାହୁ, ଭୁବନେଶ୍ୱର ଭୋଇ, ଆଶିଷ ଭୁଏ, ମନୋଜ ବିଶ୍ୱାଲ, ଅକ୍ଷୟ ଗଡତ୍ୟା, ପୁରୁଷୋତ୍ତମ ସାହୁ, ପ୍ରଭାସ ଗଡତ୍ୟା, ସୁବୋଧ ବିଶ୍ୱାଲ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.