ତୃଣମୂଳସ୍ତରରୁ କଂଗ୍ରେସ ସଂଗଠନକୁ ସଜାଡିବାକୁ ଜିଲ୍ଲା କଂଗ୍ରେସ କମିଟିର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ତୃଣମୂଳସ୍ତରରୁ କଂଗ୍ରେସ ସଂଗଠନକୁ ସଜାଡିବାକୁ ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ଜରୁରୀ ବୈଠକ ସେକ୍ଟର-୨୧ କଂଗ୍ରେସ ଭବନ ଠାରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେଠାରେ ଜିଲ୍ଲା କଂଗ୍ରେସ ସଭାପତି ରବି ରାୟଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ତଥା ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ସମସ୍ତ କଂଗ୍ରେସ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବା ସହିତ କିପରି ଆଗାମୀ ଦିନରେ ରାଉରକେଲା ଓ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ସଂଗଠନ କିପରି ସୁଦୃଢ କରାଯାଇପାରିବ, ସେ ବିଷୟ ନେଇ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ରାଜଗାଙ୍ଗପୁର ବିଧାୟକ ଡକ୍ଟର ସି ଏସ୍ ରାଜନ ଏକ୍କା, ବିଧାୟକ ପବିତ୍ର ସାଉତା, ରାଜକିଶୋର ଷଢଙ୍ଗୀ, ଲକ୍ଷ୍ମୀଧର ସିଂ, ଅନୀମା ମିଞ୍ଜ୍ ନିଜ ନିଜର ବକ୍ତବ୍ୟରେ ରଖିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଦେବବ୍ରତ ବିହାରୀ, ରଶ୍ମୀ ପାଢୀ, ସାବୀର ହୁସେନ, ଜ୍ଞାନେନ୍ଦ୍ର ଦାସ, ୱାଇ ଉନ୍ ସିଂ, ଗଣେଶ ପ୍ରଧାନ, ବି ଏନ୍ ପଟ୍ଟନାୟକ, ଗୋପାଳ ଦାସ, ସନ୍ତୋଷ ବିଶ୍ୱାଳ, ଆଶିଷ ମହାନ୍ତି, ସରୋଜ ଲେଙ୍କା, ନଚିକେତା ମହାପାତ୍ର, ପ୍ରବୋଧ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.