oom

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରୀ ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘର ଉପ-ସଭାପତି ଶ୍ୟାମ ସୁନ୍ଦର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ନକଲି ଆଦିବାସୀମାନଙ୍କ ଜାଲଜାତି ପ୍ରମାଣପତ୍ର ରଦ୍ଦ କରିବାରେ ଓଡିଶା ସରକାର ସୁପ୍ରିମକୋର୍ଟ ଆଦେଶକୁ ଉଲ୍ଲଂଘନ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟାନୁଷ୍ଠାନ କରୁନାହାନ୍ତି, କୁଲି ମେହେର ମାମଳାରେ ଓଡିଶା ସରକାର ରିଭ୍ୟୁ ପିଟିସନ ଦାୟର କରୁନାହାନ୍ତି । ଚାକିରିରୁ ବହିଷ୍କୃତ ହୋଇଥିବା ଜାଲଜାତି ପ୍ରମାଣପତ୍ର ଧାରୀ ସରକାରୀ କର୍ମଚାରୀମାନଙ୍କ ଓଡିଶା ହାଇକୋର୍ଟରେ ଥିବା ଷ୍ଟେ ଅର୍ଡର ଭେକେଟ୍‌ କରୁନାହାନ୍ତି, ଅଣ ଆଦିବାସୀମାନଙ୍କ କବଜାରେ ଥିବା ଆଦିବାସୀ ଜମି ଫେରସ୍ତ କରିବାରେ ଜିଲ୍ଲାପାଳଙ୍କ ଅବହେଳା, ଆଦିବାସୀ ଜମି ହସ୍ତାନ୍ତର ବନ୍ଦ କରିବା, ଆଦିବାସୀଙ୍କ ଜଙ୍ଗଳ ଜମି ଅଧିକାର ସ୍ୱିକୃତୀ ଆଇନ ୨୦୦୬ ଅନୁସାରେ ଜଙ୍ଗଳ ଜମି ଚାଷବାସ କରୁଥିବା ଆଦିବାସୀ ହିତାଧିକାରୀମାନଙ୍କୁ ଜଙ୍ଗଲ ଜମିର ବ୍ୟକ୍ତିଗତ ଅଧିକାର ପଟ୍ଟା ଏବଂ ଗୋଷ୍ଠୀଗତ ଅଧିକାର ପଟ୍ଟା ପ୍ରଦାନ, ମେଡିକାଲ, ଇଞ୍ଜିନିୟରିଂ, ପ୍ରୋଫେସନାଲ ଭଳି ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଦିବାସୀମାନଙ୍କ ପାଇଁ ଶତକଡା ୨୨ରୁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ, ପ୍ରଚଳିତ ଅନ୍‌ ଲାଇନ ଶିକ୍ଷା ପଦ୍ଧତିରେ ଅଧ୍ୟୟନ ପାଇଁ ଗରିବ ଆଦିବାସୀ ଛାତ୍ର ଛାତ୍ରୀମାନଙ୍କୁ ମାଗଣା ସ୍ମାର୍ଟ ମୋବାଇଲ ଫୋନ ପ୍ରଦାନ, କରୋନା କଟକଣା ସମୟରେ ଗରିବ ଆଦିବାସୀମାନଙ୍କୁ ପରିବାର ପିଛା ୧୦ ହଜାର ଟଙ୍କା ସ୍ୱତନ୍ତ୍ର କୋଭିଡ୍‌ ପ୍ୟାକେଜ ପ୍ରଦାନ, କଲେଜରେ ଏଡ୍‌ମିସନ ଫିଜ ସମ୍ପୂର୍ଣ୍ଣ ଛାଡ କରିବା, ବଲାଙ୍ଗିର ନୂଆପଡା ଭାୟା ଚୁଡାପାଲି ପାଟଣାଗଡ, ଖପ୍ରାଖୋଲ, ଲଖନା ରେଳ ଲାଇନ ନିର୍ମାଣ, ଏଟ୍ରୋସିଟି କେସରେ ଅପରାଧୀମାନଙ୍କୁ ଗିରଫ କରିବା, ଆଦିବାସୀ ମିର୍ଦ୍ଧା ସମାଜର ଛାତ୍ରଛାତ୍ରୀମାନଙ୍କୁ ଜାତି ପ୍ରମାଣପତ୍ର ପ୍ରଦାନ, କଲେଜରେ ସିଟ ବୃଦ୍ଧି, ଦାବୀରେ ବଲାଙ୍ଗିର ଠାରେ ବିଶାଳ ଆଦିବାସୀ ବିକ୍ଷୋଭ ଶୋଭାଯାତ୍ରା କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ବୈଠକରେ ପଶ୍ଚିମ ଓଡିଶା ଆଦିବାସୀ ମହାସଂଘର ମହାସଚିବ ନିରଞ୍ଜନ ବିଶି, ମୁଖ୍ୟ ଉପଦେଷ୍ଟା ସତ୍ୟ ନାରାୟଣ ଭୋଇ, ବ୍ଲକ ସଭାପତି ପଦ୍ମନ ପ୍ରଧାନୀ, ସନ୍ତୋଷ ପୁଟା, ବସନ୍ତ ମାଝି, ବିପ୍ର ବିଶି, ବଳଦେବ ଭୋଇ, ଶରତ ଚନ୍ଦ୍ର ସିଂ ଭୋଇ, ଦୁଖିଶ୍ୟାମ ଭୋଇ, ଘିମାନନ୍ଦ ଭୋଇ, ଅଷ୍ଟରତ୍ନ ବରିହା, ନିମାଇଁ ଝାଙ୍କର, ବନଲତା ମାଝି, ସଂପାଦକ ସାରଥି ବାଗ, ଟିକେଶ୍ୱର ଧରୁଆ, ପ୍ରଫୁଲ୍ଲ ପ୍ରଧାନୀ, ଅଚ୍ୟୁତ ଧରୁଆ, ମଧୁ ବିଶ୍ୱାଲ, ବିଜୟ କାଲସାଏ, ରାଜିବ କୁଅଁର, ଆଦିବାସୀ ନେତା ଦଶରଥ ଛତ୍ରିଆ, ନିରଞ୍ଜନ ମାଝି, ନିତ୍ୟାନନ୍ଦ ମାଝି, ପୁରୁଷୋତ୍ତମ ଧରୁଆ, ଘନ ଭୁଏ, ରାମଚନ୍ଦ୍ର ଧରୁଆ, ଭୁବନେଶ୍ୱର ଧରୁଆ, ହେମେନ୍ଦ୍ରନାଥ ହାଂସଦା, ଘାସିରାମ ମାଝି, ମମତା କୁମୁରା, ବିକ୍ରମ ଭୋଇ, ଚୁମନ ଧରୁଆ, ଥବିର ପୁଝାରୀ, ଭୁବନ ମାଝି, ପତରଙ୍ଗି ମାଝି, ଜଗନ୍ନାଥ ମାଝି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ୧୪ଟି ବ୍ଲକର ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.