ୟୁନିଟ ମାର୍ଚ୍ଚରେ ପୁରୀ ଜିଲ୍ଲାରୁ ପ୍ରତ୍ୟୁଷ ନିଶଙ୍କ ଏବଂ ଶୁଭେନ୍ଦୁ ଖଟେଇ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଦେଶବ୍ୟାପି ଏକତା ଦୌଡ଼ ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ପୁରୀ ଜିଲ୍ଲାରୁ ଦୁଇ ଜଣ ମନୋନୀତ ହୋଇ ଅଂଶଗ୍ରହଣ କରିଛନ୍ତି । ସେମାନେ ହେଲେ ଡେଲାଙ୍ଗ ବ୍ଲକରୁ ପ୍ରତ୍ୟୁଷ ନିଶଙ୍କ ଓ ଅନ୍ୟ ଜଣେ ପୁରୀ ସଦର ବ୍ଲକରୁ ଶୁଭେନ୍ଦୁ ଖଟେଇ । ଦେଶର ପ୍ରତ୍ୟେକ ଜିଲ୍ଲାରୁ ଦୁଇ ଜଣ ମନୋନୀତ ହୋଇ ପୁରୀ ଜିଲ୍ଲାର ପ୍ରତିନିଧିତ୍ୱ କରୁଥିବା ବେଳେ ଏହି କାର୍ଯ୍ୟକ୍ରମରେ ଓଡିଶାରୁ ୭୨ଜଣ ଯୋଗ ଦେଇଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ରାଜ୍ୟ ବିଜେପି ସଂଗଠନ ସମ୍ପାଦକ ମାନସ ମହାନ୍ତି, ପୁରୀ ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ତରାଇ ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଓ ପରାମର୍ଶରେ ଉଭୟ ଏଥିରେ ଭାଗ ନେଇଛନ୍ତି ।

Leave A Reply

Your email address will not be published.