oom

ଜୀବିତ ମହିଳାକୁ ମୃତ ବୋଲି ପ୍ରମାଣିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜିଇଁ ଥାଉ ଥାଉ ମୃତ ବୋଲି ପ୍ରମାଣ କରି ମୃତ ପ୍ରମାଣ ପତ୍ର ବାହାର କରା ହେଇଛି । ଏଭଲି ଏକ ଅଭାବନୀୟ ଘଟଣା ଘଟିଛି ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ଗ୍ରାମ ପଞ୍ଚାୟତର ଚାରପାଲି ଗାଁରେ । ଚନ୍ଦ୍ରକାନ୍ତୀ ନାଏକ ସ୍ୱାମୀ ‌ସ୍ୱର୍ଗତ ସମାରୁ ନାଏକ ନାମକ ବୃଦ୍ଧା ମହିଳା ବରଗଡ ୱାର୍ଡ ନଂ ୫ରେ ବାସ କରନ୍ତି । ତାଙ୍କର କିଛି ଜମି ଚାରପାଲି ଗାଁ ଖାତା ନଂ ୧୫୦ରେ ଅଛି । ଉକ୍ତ ସମ୍ପତ୍ତିକୁ ହାସଲ କରିବା ପାଇଁ ଗାଁର ତାଙ୍କ ସମ୍ପର୍କୀୟ ସୌଦାମିନୀ ମାଝୀ ସ୍ୱାମୀ ଏବଂ ରମେଶ ମାଝୀ ଚନ୍ଦ୍ରକାନ୍ତୀଙ୍କୁ ମୃତ ପ୍ରମାଣ କରି ମୃତ୍ୟୁ ପ୍ରମାଣ ପତ୍ର ବାହାର କରିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ଚନ୍ଦ୍ରକାନ୍ତୀ ନାଏକ ଏ ବିଷୟରେ ଜାଣିଲା ପରେ ସେ ମୃତ୍ୟୁ ପ୍ରମାଣ ପତ୍ରର ଅବିକଳ ନକଲ ହାସଲ କରି ପଦ୍ମପୁର ଥାନାରେ ଏକ ଲିଖିତ ଅଭିଯୋଗ କରି ପ୍ରଶାସନିକ ସ୍ତରରେ ଯେଉଁ ଅଧିକାରୀମାନେ ଜାଲିଆତି ମୃତ୍ୟୁ ପ୍ରମାଣ ପତ୍ର ବାହାର କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବୀ କରିଛନ୍ତି । ପୋଲିସ ଏ ସମସ୍ତ ବିଷୟରେ ତଦନ୍ତ ଜାରି ରଖିଛି ।

jittmm
Leave A Reply

Your email address will not be published.