କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଖେଳୁ ଖେଳୁ ନିଆଁର ଆଁରେ ଜୀବନ୍ତ ଦଗ୍ଧ ହୋଇଗଲେ ଦୁଇ ନିରୀହ ଶିଶୁ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ତାଳବୋରା ଗାଁରେ । ନିଜ ୫ ବର୍ଷର ପୁଅ ଓ ୩ ବର୍ଷର ଝିଅକୁ ଏକ ଛୋଟ ପାଳ କୁଡ଼ିଆରେ ଛାଡି କିଛି ଦୂରରେ କାଠ ସଂଗ୍ରହ କରୁଥିଲେ ମା’ ସୁଶାରୀ ମାଝୀ । ଦୁଇ ଶିଶୁ ହସଖୁସିରେ କୁଡ଼ିଆରେ ଖେଳୁଥିଲେ । କୌଣସି କାରଣରୁ ହଠାତ କୁଡ଼ିଆରେ ନିଆଁ ଲାଗି ଯାଇଥିଲା । ଶିଶୁ ମାନଙ୍କ ବିକଳ ଚିତ୍କାର ଶୁଣି ମା’ ସୁଶାରୀ କୁଡ଼ିଆ ନିକଟରେ ପହଞ୍ଚିବା ବେଳେ ଶିଶୁ ଦ୍ୱୟ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ଏକ ଶୋକାକୁଳ ପରିବେଶରେ ମୃତ ଦୁଇ ଶିଶୁଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ଏହି ହୃଦୟ ବିଦାରକ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
Prev Post