ଗତ ୨୪ ଘଂଟାରେ ୪୩ ଜୀବନ ନେଲା ମହାମାରୀ କୋରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଉ ୪୩ ଜୀବନ ନେଲା ମହାମାରୀ କୋରୋନା । ଏଥିସହ ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୩ ହଜାର ୧୨୩କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରେ ସର୍ବାଧିକ ୫ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଅନୁଗୁଳ, କଟକ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୪ ଜଣ ଲେଖାଏଁ ମୃତବରଣ କରିଥିବା ସୂଚନାରେ କୁହାଯାଇଛି । ବରଗଡ଼, ବଲାଙ୍ଗିର ଓ ବୌଦ୍ଧରେ ୩ ଜଣ ଲେଖାଏଁଙ୍କ ରୋଗୀ ମୃତ ହୋଇଛି । ଗଞ୍ଜାମ, ମୟୂରଭଞ୍ଜ ଓ ପୁରୀରେ ୨ ଜଣ ଲେଖାଏଁ ଏବଂ ବାଲେଶ୍ବର, ଢେଙ୍କାନାଳ, କେନ୍ଦ୍ରାପଡ଼ା, କୋରାପୁଟରେ ଜଣେ ଲେଖାଏଁ ମୃତ । ନୂଆପଡ଼ା, ରାୟଗଡ଼ା ଓ ସମ୍ବଲପୁରରେ ବି ଜଣେ ଲେଖାଏଁ ରୋଗୀ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.