ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା- ଖଡ଼ିଆଳ ୫୯ ନମ୍ବର ଜାତୀୟ ରାଜପଥ ମୋହରା ଛକ ଠାରେ ବାଇକ ଦୁର୍ଘଟଣା ଘଟି ଜଣେ ଯୁବକ ଗୁରୁତର ଭାବେ ପଡି ରହିଥିବା ବେଳେ ପ୍ରାଇଭେଟ ଆମ୍ବୁଲାନ୍ସ ଡାକ୍ତର ଖାନାରେ ଭର୍ତ୍ତି କରି ଜୀବନ ବଞ୍ଚାଇ ଥିବାନେଇ ସୂଚନା ମିଳିଛି । ସୂଚନା ଅନୁସାରେ, ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ମୁକ୍ତାପୁର ଗାଁର ଉମେଶ ତାଣ୍ଡି ମୋହରା ଛକ ନିକଟରେ କୌଣସି କାରଣରୁ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟି ରାସ୍ତା କଡରେ ପଡି ଯାଇଥିଲେ । ସେହି ରାସ୍ତା ଦେଇ ଆସୁଥିବା ଜାମୁଟଝୁଲା ଗାଁର ହୃଷିକେଶ ମହାନନ୍ଦ ସ୍ଥାନୀୟ ଲୋକଙ୍କୁ କହିବା ସହ ୧୦୮ ଆମ୍ବୁଲାନ୍ସଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଆସି ନଥିଲା । ପରବର୍ତ୍ତୀ ସମୟରେ ଭାଲୁମୁଣ୍ଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଉପେନ୍ଦ୍ର ମେହେରଙ୍କୁ ଯୋଗାଯୋଗ କରି ପ୍ରାଇଭେଟ ଆମ୍ବୁଲାନ୍ସ ଆଣିବା ପାଇଁ କହିଥିଲେ । ଶୀଘ୍ର ଦୁର୍ଘଟଣା ହୋଇଥିବା ସ୍ଥାନକୁ ଯାଇ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ଖଡ଼ିଆଳ ଡ଼ାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ଲୋକଙ୍କୁ ମାଗଣାରେ ସୁବିଧା ଯୋଗାଇ ଦେଇ ଥିବାରୁ ଶ୍ରୀ ମେହେରଙ୍କ ଏହି ଭଳି କାର୍ଯ୍ୟକୁ ଦେଖି ବିଭିନ୍ନ ମହଲରେ ପ୍ରସଂଶା କରାଯାଉଛି ।
Next Post