oom

ଶୋଇଥିବା ବେଳେ କାମୁଡ଼ିଲା ସାପ : ଚାଲିଗଲା ଯୁବକଙ୍କ ଜୀବନ

jsmm

ରାଉରକେଲା : ସାପ କାମୁଡ଼ାରେ ଗଡ଼ିଲା ମୁଣ୍ଡ । ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡ କ. ବଲାଙ୍ଗ ଥାନା ନୂଆତନ୍ତରା ଗାଁରେ ସାପ କାମୁଡାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଶୁକଦେବ ନାଏକ । ସୂଚନା ମୁତାବକ, ନୂଆତନ୍ତରା ଗାଁର ଶୁକଦେବ ନାଏକ ଶନିବାର ରାତିରେ ଖାଇ ସାରି ଶୋଇଥିଲେ । ବିଳମ୍ବିତ ରାତିରେ ଶୌଚ ଲାଗି ବାହାରକୁ ଯାଇଥିଲେ । ଏହି ସମୟରେ ତାଙ୍କ ପିଠିକୁ ସାପ କାମୁଡି ଦେଇଥିଲା । ଏନେଇ ସେ ପତ୍ନୀ ମୀନାଙ୍କୁ ଜଣାଇଥିଲେ । ମୀନା ସ୍ୱାମୀଙ୍କୁ ଚିକିତ୍ସା ଲାଗି ପ୍ରଥମେ ଲହୁଣୀପଡ଼ା ହସ୍ପିଟାଲକୁ ନେଇଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ଲାଗି ବଣେଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ରବିବାର ଚିକିତ୍ସାଧୀନ ଅବସ୍ଥାରେ ଶୁକଦେବଙ୍କ ମୃତ୍ୟୁ ହୋଇଛି ।

jittmm
Leave A Reply

Your email address will not be published.