ଭାରସାମ୍ୟ ହରାଇ ଓଲଟିଲା କାର୍‌ : ଚାଲିଗଲା ୨ଜଣଙ୍କ ଜୀବନ

ସମ୍ୱଲପୁର : ସମ୍ୱଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଲଡ଼ୁଖାଇ ନିକଟରେ କାର୍‌ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା କାର୍‌ । ଗାଡ଼ିରେ ଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣାରେ ଗୋଡଭଗା ଅଞ୍ଚଳର ମନୀଷ ଯାଦବ, ସୁବ୍ରତ ସାହୁ ପ୍ରାଣ ହରାଇଥିବା ବେଳେ ସୌରଭ ଗୁପ୍ତା ଏବଂ ଆକାଶ ପଟ୍ଟନାୟକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ରାତି ପ୍ରାୟ ୧୧ଟା ହେବ ଏକ କାର୍‌ରେ ୪ ଜଣ ଯୁବକ ସମ୍ବଲପୁରରୁ ଗୋଡ଼ଭଗା ଅଭିମୁଖେ ଫେରୁଥିବା ବେଳେ ଗୋଶାଳା ନିକଟ ଏକ ଢ଼ାବାରେ ଖାଇଥିଲେ । ସେଠାରୁ ବାହାରି ଗୋଡ଼ଭଗା ଫେରିବା ବେଳେ ଲଡୁଖାଇ ନିକଟରେ ଭାରସାମ୍ୟ ହରାଇ କାର୍‌ଟି ରାସ୍ତା ଡ଼ିଭାଇଡର୍‌ରେ ପିଟି ହୋଇ ଓଲଟି ପଡି ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ଗୁରୁତରଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛି ।

jittmm
Leave A Reply

Your email address will not be published.