centurian jitm

ବଜ୍ରାଘାତରେ ଚାଲିଗଲା ବାପା ଝିଅଙ୍କ ସମେତ ୩ଜଣଙ୍କ ଜୀବନ

କୋରାପୁଟ : ପଟ୍ଟାଙ୍ଗି ବ୍ଲକ ଅଧିନସ୍ଥ ଆମ୍ପାବାଲି ପଂଚାୟତର କନ୍ଧପୁଟାବନ୍ଧ ଗ୍ରାମରେ ବଜ୍ରାଘାତରେ ୩ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା, ଜଣେ ନାବାଳିକା ଓ ଗୋଟିଏ ପୁରୁଷ ଅଛନ୍ତି । ମୃତକ ହେଲେ ଗେମେଲ ତୁମ୍ବାଇ (୫୮), ଗେମେଲ କମି (୧୩), ଗେମେଲ କ୍ରିଷ୍ଣା(୪୭) । ନାବାଳିକା ଗେମେଲ କମି ଓ ଗେମେଲ କ୍ରିଷ୍ଣା ସମ୍ପର୍କରେ ବାପ ଝିଅ ବୋଲି ଜଣାପଡ଼ିଛି । ଖବରପାଇ ସୁଙ୍କି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସୂଚନା ଅନୁସାରେ, ସକାଳ ସମୟରେ ୩ଜଣ ସମସ୍ତେ ଚାଷ ଜମିରେ କାମ କରିବାକୁ ଯାଇଥିଲେ । ଏହି ସମୟରେ ହଠାତ୍ କାଳ ବୈଶାଖୀ ଘୋଟି ଆସିଥିଲା । ଫଳରେ ଉଭୟ ତିନି ଜଣ ଯାଇ ଚାଷ ଜମି ନିକଟରେ ଥିବା ଗଛ ତଳେ ଆଶ୍ରୟ ନେଇଥିଲେ । ଠିକ୍ ଏତିକିବେଳେ ଏକ ବଜ୍ରାଘାତ ହୋଇଥିଲା । ଯାହା ଫଳରେ ସମସ୍ତେ ସେହିଠାରେ ହିଁ ଟଳିପଡ଼ିଥିଲେ । ଏହି ଘଟଣାରେ ତହସିଲଦାର ମୃତ ବ୍ୟକ୍ତିଙ୍କ ପରିବାରକୁ ରେଡକ୍ରସ ପକ୍ଷରୁ ୧୦,୦୦୦ଟଙ୍କା ଜରୁରୀକାଳୀନ ସହାୟତା ରାଶି ଓ ହରିଶ୍ଚନ୍ଦ୍ର ଯୋଜନାରେ ୩ହଜାର ଟଙ୍କା ଯୋଗାଇ ଦେଇଥିବା ଜଣା ପଡ଼ିଛି । ଖବରପାଇ ସୁଙ୍କି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆଣିଥିଲେ । ଶବ ବ୍ୟବଛେଦ ପରେ ମୃତକଙ୍କ ପରିବାରକୁ ସରକାରଙ୍କ ତରଫରୁ ୪ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ତହସିଲଦାର ଦେବେନ୍ଦ୍ର ଧାରୁଆ କହିଛନ୍ତି ।

Leave A Reply

Your email address will not be published.