ବଲାଙ୍ଗିରରେ ପୁଣି ଦୁର୍ଘଟଣା : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଇଗଲା ଶଙ୍କରଭୁଜି ଗ୍ରାମର ଚତୁର୍ଭୁଜ ଯୁବକଙ୍କ ଜୀବନ

ବଲାଙ୍ଗିର : ବଲାଙ୍ଗିରରେ ପୁଣି ଦୁର୍ଘଟଣା । ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଇଗଲା ଶଙ୍କରଭୁଜି ଗ୍ରାମର ଜଣେ ଯୁବକଙ୍କ ଜୀବନ । ମୃତ ଯୁବକ ଜଣକ ବଲାଙ୍ଗିର ଜିଲ୍ଲା ପୁଇନ୍ତଲା ଥାନା ଶଙ୍କରଭୁଜି ଗ୍ରାମର ଚତୁର୍ଭୁଜ ନନ୍ଦ ହୋଇଥିବା ଜଣାପଡ଼ିଛି । ଚତୁର୍ଭୁଜ ରାସ୍ତା ପାର ହେଉଥିବା ବେଳେ ଗାଡ଼ି ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ଅବସ୍ଥାରେ ପଡ଼ି ରହିଥିବା ବେଳେ ତାଙ୍କୁ ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଗୁରୁତର ଭାବେ ଉଦ୍ଧାର କରି ଭୀମଭୋଇ ମେଡ଼ିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ଗ୍ରାମବାସୀ ଓ ପରିବାର ଲୋକେ ଶବକୁ ନେଇ କ୍ଷତି ପୂରଣ ଦାବିରେ ବଲାଙ୍ଗିର ସମ୍ବଲପୁର ୨୬ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ଘଟଣାସ୍ଥଳରେ ପୁଇନ୍ତଲା ପୋଲିସ ଓ ସଦର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ ପହଞ୍ଚି ବୁଝା ସୁଝା କରିବା ପରେ ରାସ୍ତା ରୋକ୍ ହଟିଥିଲା ।

Leave A Reply

Your email address will not be published.