oum

ଶୋଇଥିବା ବେଳେ ମହିଳାଙ୍କୁ କାମୁଡ଼ିଲା ସାପ : ଚାଲିଗଲା ଜୀବନ

jsm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଜିଲ୍ଲାରେ ସାପ କାମୁଡା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏଥିପାଇଁ ସରକାର ସଚେତନ କରିବା ସହ ବିଭିନ୍ନ ପଦକ୍ଷେପ ନେଲେ ସୁଦ୍ଧା ଏହି ଘଟଣାରେ ବ୍ରେକ୍ ଲାଗୁ ନାହିଁ । ବିଶେଷ କରି ଚଳିତ ବର୍ଷା ମାସରେ ଏହି ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି । ବଲାଙ୍ଗିର ଜିଲ୍ଲାରେ ସଚେତନତା ଅଭାବରୁ ଲୋକଙ୍କ ଜୀବନ ଯାଉଥିବା କୁହାଯାଉଛି । ବିଷାକ୍ତ ସାପ କାମୁଡ଼ିଲେ ଲୋକେ ପ୍ରଥମେ ନିଜେ ଉପଚାର କରିବା ଓ ତା ସାଙ୍ଗକୁ ଝଡା ଫୁଙ୍କା କରୁଥିବା ଦେଖିବାକୁ ମିଳୁଛି । ଏହାସହ ବିଳମ୍ବରେ ସର୍ପ ଦଂଶନର ଶିକାର ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବାରୁ ମୃତ୍ୟୁ ଘଟୁଛି । ସେହିପରି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁନଶର ପଞ୍ଚାୟତ ଝାଙ୍କ୍ରିପାଲି ଗ୍ରାମରେ ବିଷଧର ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ପୂର୍ଣ୍ଣମୀ ସୁନା (୪୨) ବୋଲି ତଦନ୍ତକାରୀ ଅଧିକାରୀ ରାକେଶ ବେହେରା କହିଛନ୍ତି । ଘଟଣା ସମ୍ପର୍କରେ ମୃତ ପୂର୍ଣ୍ଣମୀଙ୍କ ସ୍ୱାମୀ ମହିନ୍ଦ୍ର ସୁନା ଲାଠୋର ଥାନାରେ ଲିଖିତ ଭାବେ ଜଣାଇଛନ୍ତି । ସୂଚନା ଅନୁସାରେ ରବିବାର ରାତିରେ ପୂର୍ଣ୍ଣମୀ ପରିବାର ସହ ଘରେ ଶୋଇଥିବା ବେଳେ ତାଙ୍କୁ ବିଳମ୍ବିତ ରାତିରେ ତାଙ୍କ ଡାହାଣ କାନରେ ଗୋଟିଏ ବିଷାକ୍ତ କମନ କ୍ରେଟ (ଚିତି) ସାପ କାମୁଡ଼ିଥିଲା । ସୋମବାର ସକାଳୁ ଚିକିତ୍ସା ପାଇଁ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଅକ୍ଷୟ ଧରୁଆ ପ୍ରକାଶ କରିଛନ୍ତି । ଖବର ପାଇ ଲାଠୋର ଥାନା ଅଧିକାରୀ ରାକେଶ ବେହେରା ସଦଳବଳ ପହଞ୍ଚି ମୃତଦେହ ଜବତ କରିଛନ୍ତି । ଏନେଇ ଲାଠୋର ଥାନା ୟୁ ଡି କେସ ନଂ ୪/୨୦୨୪ ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଘଟଣାର ଅଧିକ ତଦନ୍ତ କରାଯାଉଥିବା ପୋଲିସ କହିଛି ।

Leave A Reply

Your email address will not be published.