ଦୃତଗତିରେ ବାଇକ ଚଲାଇବା ଯୋଗୁଁ ଯୁବକଙ୍କ ଗଲା ଜୀବନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ସିହିନି ଗ୍ରାମର ପ୍ରଦ୍ୟୁମ୍ନ ଛତର ଏବଂ ଭଗବାନ ଛତର ବାଇକ ଯୋଗେ ଗୋଦାବରୀ ଉମୂର୍ଲା ଯାଇ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଲେଶୁନ ବାହାଲି ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ, ଗାଁ ଲୋକ ଖବର ପାଇ ତାଙ୍କୁ ଟିଟିଲାଗଡ ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ପ୍ରଦୁମ୍ନଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଭଗବାନ ସାମାନ୍ୟ ଆହତ ହୋଇଛନ୍ତି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ପୋଲିସ ଶବ ହସ୍ତାନ୍ତର କରିଛନ୍ତି । ପ୍ରଦ୍ୟୁମ୍ନ ଛୋଟ ଥିବା ବେଳେ ବାପା ମା’ଙ୍କ ଦେହାନ୍ତ ହୋଇଯାଇଥିବା ବେଳେ ବଡଭାଇଙ୍କ ଚାରି ବର୍ଷ ଆଗରୁ ମୃତ୍ୟୁ ହୋଇଥିଲା । ଘରେ ଏବେ ତାଙ୍କର ବଡଭାଇର ବିଧବା ସ୍ତ୍ରୀ ପୁଷ୍ପାବତୀ ଓ ଦୁଇ କୁନି ଛୁଆ ଅଛନ୍ତି । ଏହି ପରିବାରରେ ପୁଣି ଯେମିତି ଦୁଃଖର ପାହାଡ ପଡ଼ିଯାଇଛି, ଏବେ କେମିତି ପରିବାରର ପେଟ ପୋଷଣ କରିବେ ପୁଷ୍ପବତୀ । ଚିନ୍ତାରେ ପୁରା ପରିବାର । ଏହି ଦୁଃଖୀ ପରିବାରକୁ ସରକାରଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସାହାଯ୍ୟ ପ୍ରଦାନ କରିବା ପାଇଁ ସରପଞ୍ଚ ବୀରବର ସାହୁ ଦାବୀ କରିବା ସହ ହରିଶ୍ଚନ୍ଦ୍ର ଯୋଜନରୁ ୩୦୦୦ ଟଙ୍କା ପରିବାରକୁ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.