
ପୁରୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ବିଭତ୍ସ ହତ୍ୟା । ପୁରୀ ଜିଲ୍ଲା କଣାସ ବ୍ଲକ ଅଧୀନ ଗଡିଶାଗଦା ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣଙ୍କ ହେଲେ ବନ୍ଧମୁଣ୍ଡା ଗ୍ରାମର ପ୍ରତାପ ସୁନ୍ଦରାୟ । ସୂଚନାନୁଯାୟୀ, ପ୍ରତାପ ସୁନ୍ଦରାୟ ସୋମବାର ଡ୍ୟୁଟି କରିବାକୁ ଆସି ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ଆଜି ସକାଳେ ପ୍ରତାପଙ୍କ କ୍ଷତବିକ୍ଷତ ମୃତଦେହ ପାହିଲୁଣ୍ଡି ଠାରେ ଏକ ବିଲରେ ପଡିଥିବା ଖବର ପାଇଥିଲେ । ଗଡିଶାଗଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ପ୍ରତାପଙ୍କର ଗ୍ରାମର କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ସହିତ ରାଜନୈତିକ ଘଟଣାକୁ ନେଇ ବିବାଦ ରହିଥିଲା । କିଛିଦିନ ତଳେ ଝଗଡ଼ା ହେବାରୁ ଥାନାରେ ଅଭିଯୁକ୍ତ ନାମରେ ମାମଲା ହୋଇଥିଲା । ତେଣୁ ଏହି ଘଟଣା ପାଇଁ ପ୍ରତାପଙ୍କୁ ସଂଘବଧ ଭାବେ ହତ୍ୟା କରାଯାଇଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପ୍ରତାପ ନିଜ ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ତାଙ୍କୁ ହତ୍ୟାକରି ତାଙ୍କ ଗାଡ଼ି, ଟଙ୍କା, ଓ ମୋବାଇଲ ଫୋନ ଅଭିଯୁକ୍ତମାନେ ନେଇଯାଇଥିବା ତାଙ୍କ ଶଶୁର ଅଭିଯୋଗ କରିଛନ୍ତି ।