ଗଞ୍ଜାମ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଝୁଲଣ ଉତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ମନ୍ଦିର ମାଳିନୀ ଗଞ୍ଜାମ ସହରାଞ୍ଚଳରେ ବିଭିନ୍ନ ସାହି ମାନଙ୍କରେ ରହିଥିବା ଶ୍ରୀ ରାଧାକୃଷ୍ଣ ମନ୍ଦିର ମାନଙ୍କରେ ଝୁଲଣ ଉତ୍ସବ ଆୟୋଜିତ ହୋଇଥିବା ଦେଖିବାକୁ ମିଳିଛି । ସହରରେ ରହିଥିବା ଶ୍ରୀ ଚୈତନ୍ୟ ମଠ, ଶ୍ରୀ ଜଗନ୍ନାଥ ମନ୍ଦିର ଓ ରାଉଳ ସାହିରେ ରହିଥିବା ମନ୍ଦିରରେ ଦଶମୀ ତିଥି ଠାରୁ ଝୁଲଣ ଉତ୍ସବର ଶୁଭାରମ୍ଭ ହୋଇ ଆଜି ଉଦଯାପିତ ହେବାକୁଥିବା ବେଳେ ଅନ୍ୟ ସମସ୍ତ ମନ୍ଦିର ମାନଙ୍କରେ ଗତ ଏକାଦଶୀଠାରୁ ଆରମ୍ଭ ହୋଇ ପୂର୍ଣ୍ଣିମାରେ ଉଦଯାପିତ ହୋଇଛି । ଶ୍ରୀ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଦୋଳିରେ ଝୁଲୁଥିବା ମନୋରମ ଦୃଶ୍ୟ ଦେଖିବାକୁ ମିଳିଥିଲା । ପାରମ୍ପାରିକ ରୀତି ନୀତି ଅନୁଯାୟୀ ପୂଜାର୍ଚନା କରାଯାଇଥିଲା । ଝୁଲଣ ଅବସରରେ ଶ୍ରଦ୍ଧାଳୁ ମାନେ ଠାକୁରଙ୍କ ଝୁଲଣ ଉତ୍ସବ ଦେଖିବା ସହ ଆଶୀର୍ବାଦ ଭିକ୍ଷା କରିଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ମନ୍ଦିର ମାନଙ୍କୁ ରଙ୍ଗବେରଙ୍ଗର ବିଜୁଳି ଆଲୋକରେ ସୁସଜ୍ଜିତ କରାଯାଇଥିଲା ।ଯାହାକୁ ନେଇ ପ୍ରତ୍ୟେକ ମନ୍ଦିର ମାନଙ୍କରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ସେହିପରି ଗଞ୍ଜାମ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରେ ରହିଥିବା ଶ୍ରୀ ରାଧାକୃଷ୍ଣ ମନ୍ଦିର ମାନଙ୍କରେ ମଧ୍ୟ ଝୁଲଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.