ଡାଙ୍ଗବାହାଲରେ ଝୁଲଣ ରଥଯାତ୍ରା ପାଳିତ

ଗାଇସିଲାଟ, (ପୁସ୍ତମ ଯୁଆଡି) : ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକର ଡାଙ୍ଗବାହାଲ ଗାଁରେ ୮୯ ତମ ଝୁଲଣ ରଥଯାତ୍ରା ସୀମିତ ଭକ୍ତ ମାନଙ୍କ ଦ୍ୱାରା କୋଭିଡ଼ କଟକଣାକୁ ଆଖି ଆଗରେ ରଖି ପାଳିତ ହେଇଯାଇଛି । ତା୨୧/୮/୨୦୨୧ରୁ ତା୨୩/୮/୨୦୨୧ରିଖ ପର୍ଯ୍ୟନ୍ତ ତିନିଦିନ ଧରି ପ୍ରଭୁ ରାଧା କୃଷ୍ଣକୁ ନିକଟସ୍ଥ କୁଦୁଲା ଗ୍ରାମରୁ ଅଣାଯାଇ ରଥରେ ବସାଇ ରଥଟଣା ଯାଇଥିଲା । ଏହି ଯାତ୍ରାଟି ୧୯୩୩ ମସିହାରୁ ଆଜି ପର୍ଯ୍ୟନ୍ତ ପାଳିତ ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏହି ଯାତ୍ରାଟି ଆଖପାଖ ଗ୍ରାମରେ ହେଉ ନଥିବାରୁ ଅନ୍ୟବର୍ଷ ମାନଙ୍କରେ ପ୍ରବଳ ଜନସମାଗମ ହୋଇଥାଏ । ୨ବର୍ଷ ହେଲା କୋଭିଡ଼ କଟକଣା ପାଇଁ ନିରାଡାମ୍ବର ଭାବେ ପାଳିତ ହେଉଛି ।

Leave A Reply

Your email address will not be published.