ଡେଲାଙ୍ଗରେ ପ୍ରସିଦ୍ଧ ଝୁଲଣ ପର୍ବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ବିଭିନ୍‌ନ୍ନ ମଠ ମନ୍ଦିରରେ ଝୁଲଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମହାନ ଉତ୍କଳୀୟ ପରମ୍ପରାର ଏକ ଅଭିନ୍ନ ଅଙ୍ଗ ଝୁଲଣ ପର୍ବ । ଲୀଳାମୟ ପ୍ରଭୁ କୁଞ୍ଜବିହାରୀ ରାଧାକାନ୍ତ, ରାଧାମୋହନ ରାଇଦାମୋଦର ରାଧା ଗୋବିନ୍ଦ ଝୁଲନ୍ତା ଦୋଳିରେ ବସି ଭକ୍ତ ମାନଙ୍କ ଗହଣରେ ଝୁଲା ଅପୂର୍ବ ଦୃଶ୍ୟ ଦେଖିବା ପାଇଁ ଭକ୍ତଙ୍କ ଗହଳି ପରିଲକ୍ଷିତ ହେଉଥିଲା । ଘୋରଡିଆ ଗ୍ରାମର ପ୍ରସିଦ୍ଧ ଝୁଲଣଯାତ୍ରା ପ୍ରତିବର୍ଷ ଭଳି ଚଳିତ ବର୍ଷ ଶ୍ରାବଣ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ରାଧାକାନ୍ତ ଦେବ ମଠ ଓ ରାଧାମୋହନ ଦେବ ମଠରେ ଅନୁଷ୍ଠିତ ହୋଇଯାଇଛି । ଏହି ଝୁଲଣଯାତ୍ରା ପାଞ୍ଚଦିନ ଧରି ଚାଲିବ ଏବଂ ଭାଦ୍ରବ ମାସ ପ୍ରତିପଦାରେ ଶେଷ ହେବ । ପ୍ରତ୍ୟେକ ଦିନ ଠାକୁରଙ୍କ ସନ୍ଧ୍ୟା ଆଳତି ଓ କର୍ପୂର ଆଳତି ପରେ ଚାମର ଆଲଟ, ମଶାଲ, ଘଣ୍ଟଘଣ୍ଟା,ମୃଦଂଗ, ବିଜେ କାହାଳୀ, ନଦିଆ ସଂକୀର୍ତ୍ତନ୍ୟ ଧ୍ଵନିରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିରାଟ ପଟୁଆରରେ ଝୁଲଣ ମଣ୍ଡପକୁ ବିଜେ କରିଥାନ୍ତି । ସେଠାରେ ଠାକୁରଙ୍କୁ ସୁସଜ୍ଜିତ ଦୋଳ ବିମାନରେ ଆସ୍ଥାନ କରାଇ ପାଟଡୋର ସାହାଯ୍ୟରେ ଝୁଲାଯାଇଥିଲା । ପ୍ରତ୍ୟେହ ସନ୍ଧ୍ୟାରେ ମଠ ପକ୍ଷରୁ ଭଜନ, ସଂକୀର୍ତ୍ତନ୍ୟ, ଦାସକାଠିଆ, ପାଲା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଠାକୁରଙ୍କ ଏହି ଝୁଲଣ ପର୍ବ ଓ ସାଂସ୍କୃତିକ ଦେଖିବା ପାଇଁ ପ୍ରତିଦିନ ସନ୍ଧ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଓ ଗ୍ରାମବାସୀଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ସେହିପରି ଡେଲାଙ୍ଗର ପ୍ରସିଦ୍ଧ ଗାଦିବ୍ରହ୍ମ ପୀଠ ବେନୁପଡା ମଠରେ ପ୍ରଭୁ ଲୀଳାମୟ ଠାକୁରଙ୍କ ଅପୂର୍ବ ଝୁଲଣ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

jittmm
Leave A Reply

Your email address will not be published.