oom

ମଠଖାଇ ମହୋତ୍ସବର ଚତୁର୍ଥ ସଂଧ୍ୟା : ଝର୍‌କା ନାଟକ ମଂଚସ୍ଥ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଠଖାଇ ମହୋତ୍ସବର ଚତୁର୍ଥ ସଂଧ୍ୟାରେ ମଂଚସ୍ଥ ହୋଇଛି କୋଶଲୀ ନାଟକ ‘ଝର୍‌କା’ । ଭବାନୀପାଟଣାର କାରୁଣ୍ଡ କଳାମଂଚ ପକ୍ଷରୁ ପରିବେଷିତ ଏହି ନାଟକକୁ ରଚନା କରିବା ସହ ନିର୍ଦ୍ଦେଶନା ଦେଇଛନ୍ତି ବିଶିଷ୍ଟ ନାଟ୍ୟସାଧକ ପ୍ରଦୀପ ଡି.ମାଝି । ନାଟକ ପ୍ରଦର୍ଶିତ ହେବା ପୂର୍ବରୁ ଅନୁଷ୍ଠିତ ସାଂସ୍କୃତିକ ସଭାରେ ସୁନାମଧନ୍ୟ ସ୍ତମ୍ଭକାର ତଥା ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସାମ୍ବାଦିକ ରୁବେନ୍‌ ବାନାର୍ଜୀ, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର ଓ ମଠଖାଇ ମହୋତ୍ସବ କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର ମଂଚାସୀନ ହୋଇ ଆଶୀର୍ବଚନ ପ୍ରଦାନ କରିଛନ୍ତି । ଆଜିର ମଂଚକୁ ନାଟ୍ୟଜୀବୀ ନିର୍ଦ୍ଦେଶକ ଦିବଙ୍ଗତ ପଦ୍ମନାଭ ମିଶ୍ରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିବା ବେଳେ ପାରା-ଅଲମ୍ପିକ ବିଜେତା ତଥା ଭିନ୍ନକ୍ଷମ କ୍ରୀଡ଼ାବିତ୍‌ ବୈଷ୍ଣବ ରାଜପଲିଆଙ୍କୁ ମଠଖାଇ ସମ୍ମାନ ପ୍ରଦାନ କରାଯାଇଛି । ସାଂସ୍କୃତିକ ସଭା ପୂର୍ବରୁ ବଲାଙ୍ଗିରର ସାଇ ସ୍ୱର୍ଣ୍ଣକଳା ପରିଷଦ ପକ୍ଷରୁ ଲୋକନୃତ୍ୟ ଓ ଖୋର୍ଦ୍ଧା ମା’ ଜଗତ୍‌ଜନନୀ ପାଇକ ଆଖଡ଼ା ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ସୂଚନାଯୋଗ୍ୟ ଯେ, ମଠଖାଇ ମହୋତ୍ସବ ଅବସରରେ ଆଜି ପୂର୍ବାହ୍ନରେ ବଲାଙ୍ଗିର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ପରିସରରେ ‘ସ୍କୁଲ୍‌ ଛାତ୍ରଛାତ୍ରୀମାନ୍‌କୁ ନାଟ୍‌ ଲାଗି କେନ୍ତେହି ମତେଇ ପାର୍‌ମା’ ଶୀର୍ଷକରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିବା ବେଳେ ଏଥିରେ ରୁବେନ ବାନାର୍ଜୀ, ଜଗଦାନନ୍ଦ ଛୁରିଆ ଓ ଜିତେନ୍ଦ୍ରୀୟ ତ୍ରିପାଠୀ ଆଲୋଚକ ଭାବେ ଯୋଗ ଦେଇଥିଲେ । ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରିଥିଲେ ବିଇଡ଼ି କଲେଜ ଅଧ୍ୟକ୍ଷ ଅନନ୍ତ କୁମାର ନାଏକ ।

jittmm
Leave A Reply

Your email address will not be published.