centurian jitm

ଡେଲାଙ୍ଗରେ ମା’ଙ୍କ ଝାମୁଯାତ୍ର ଅନୁଷ୍ଠିତ

nschool

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି ମେରୁ ଉତ୍ସବ ବା ମା’ଙ୍କ ଦଣ୍ଡଯାତ୍ରା । ଘୋରଡ଼ିଆର ମା’ ଚର୍ଚ୍ଚିକା, ସୁଜନପୁର ଗ୍ରାମ ପଞ୍ଚାୟତର ମା’ ମଙ୍ଗଳା, ମା’ ଦୁଲାଦେଇ, ମା’ ବିମଳା ଠାକୁରାଣୀ ପୀଠରେ ଦେଖିବାକୁ ମିଳିଥିଲା ତତଳା ଖରାରେ ମାନସିକଧାରୀଙ୍କ ସମାବେଶ । ଦୀର୍ଘ ୨୧ଦିନ ମାନସିକ ରଖିଥିବା ମାନସିକଧାରୀ ଭକ୍ତମାନେ ପଣା ସେବନ କରି ତାଙ୍କର ମାନସିକ ପୂରଣ କରିଛନ୍ତି । ଶେଷଦିନରେ ଦିନସାରା ମା’ଙ୍କ କୋଠିରେ ନୀତିକାନ୍ତିମାନ କରାଯାଇଥିଲା । ମା’ଙ୍କ ଗ୍ରାମ ଭ୍ରମଣ ସହିତ ଚଅଁରସେବା, କଣ୍ଟାଖେଳ, ଜଳସେବା, ଓହଳ ଚାପ, ଦଣ୍ଡନୃତ୍ୟ ସହିତ ମା’ଙ୍କ ଝାମୁଯାତ ହୋଇଥାଏ । ମା’ଙ୍କ ଏହି ଦଣ୍ଡଯାତ୍ରା, ମେରୁ ଉତ୍ସବକୁ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ମାନସିକଧାରୀମାନେ ମା’ଙ୍କ ଆକସ୍ମିକ ଶକ୍ତିକୁ ବିଶ୍ୱାସ କରିଥାନ୍ତି ବୋଲି ମାନସିକଧାରୀମାନେ କୁହନ୍ତି । ସେଥିପାଇଁ ମା’ଙ୍କ ଦଣ୍ଡ ନୃତ୍ୟରେ ଭକ୍ତ ଶ୍ରଦ୍ଧାଳୁମାନେ ମାନସିକ ରଖି ଭକ୍ତି ଓ ବିଶ୍ୱାସର ସହ ୨୧ ଦିନ ଯାକ ନିର୍ଜଳ ରହି କେବଳ ରାତ୍ରକୁ ମା’ଙ୍କ ଭୋଗଲାଗି ପଣା ସେବନ କରି ରହିଥାନ୍ତି । ପ୍ରତ୍ୟେକ ଦିନ ବିଭିନ୍ନ ଗ୍ରାମକୁ ଯାଇ ହକ ଡାକ ସହିତ ଦଣ୍ଡନୃତ୍ୟ କରିଥାନ୍ତି । ମା’ଙ୍କ ୨୧ ଦିନର ଉତ୍ସବ ସମାପନ ହୋଇଯାଇଛି । ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ତଥା ମାନସିକଧାରୀମାନେ ଏହି ଦଣ୍ଡ ଉତ୍ସବରେ ସାମିଲ ହୋଇଥଲେ ।

Leave A Reply

Your email address will not be published.