
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଅବସ୍ଥିତ ଥିବା ପ୍ରସିଦ୍ଧ ମା’ ଏଲାମ୍ମା ମନ୍ଦିରରେ ଚଳିତ ବର୍ଷ ଝାମିଯାତ୍ରା ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରଦ୍ଧାଳୁମାନେ ଡହ ଡହ ନିଆଁରେ ଚାଲିଥିବା ଦେଖିବାକୁ ମିଳିଥିଲା । ଏହା ଦେଖିବା ପାଇଁ ହଜାର ହଜାର ଜନ ସମାଗମ ହୋଇଥିଲା । ତ୍ରିନାଥ ଜେନା, ସୁବି ଜେନା, ହର ପ୍ରସାଦ ଜେନା, ପ୍ରଫୁଲ୍ଲ ଜେନା, ସଞ୍ଜୟ ଜେନା, ମିଟୁ ଜେନା ପ୍ରମୁଖଙ୍କ ସହ ଗଞ୍ଜାମ ସହରର ଜେନା ପରିବାର ଉକ୍ତ ଉତ୍ସବର ସୁପରିଚାଳନା କରିଥିଲେ । ମଙ୍ଗଳାବାର ବଢ଼ି ଭୋର ସମୟରୁ ଦିନ ତମାମ ଏଲାମ୍ମା ଠାକୁରାଣୀଙ୍କ ନିକଟରେ ପରମ୍ପାରିକ ରୀତିନୀତି ଅନୁଯାୟୀ ପୂଜାର୍ଚନା କରାଯାଇଥିଲା । ମନ୍ଦିର ମଧ୍ୟରେ ରହିଥିବା ବିରାଟ ହୁଙ୍କା ଚତୁପାର୍ଶ୍ୱରେ ପରିକ୍ରମା କରିବା ସହ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ମନ୍ଦିର ମଧ୍ୟରେ ସର୍ପିଳ ଭଙ୍ଗିରେ ପୂଜକଙ୍କ ହୁଙ୍କା ପରିକ୍ରମା ଏବଂ ଏକ ଖଣ୍ଡା ସାହାଯ୍ୟରେ ନିଜ ଶରୀରକୁ ଆଘାତ କରିବା ଶ୍ରଦ୍ଧାଳୁମାନଙ୍କୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଦିନ ତମାମ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଓ ବାଦ୍ୟ ବାଜଣା ମନ୍ଦିର ପରିବେଶରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା ।