ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ : ୨ ମୃତ, ୨୫ ଆକ୍ରାନ୍ତ

ଗଞ୍ଜାମ : ବର୍ଷା ଦିନ ଆସୁ ଆସୁ ସାରା ରାଜ୍ୟରେ କାୟା ବିସ୍ତାର କଲାଣି ଝାଡାବାନ୍ତି । ଅପରିଷ୍କାର ପାଣି ନେବାରେ ଲାଗିଛି ଗୋଟେ ପରେ ଗୋଟେ ଜୀବନ । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଟିକରପଡ଼ା ଗାଁରେ ବ୍ୟାପିଛି ଝାଡ଼ାବାନ୍ତି । ଗତ ଗୋଟେ ସପ୍ତାହ ମଧ୍ୟରେ ଗାଁରେ ପ୍ରାୟ ୨୫ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏପରି କି ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ବେଳେ ୨ ଜଣ ମୃତ୍ୟୁବରଣ କରିଛନ୍ତି । ତେବେ ଦୂଷିତ ପାଣି ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.