om academy

କରୋନାରୁ ବଞ୍ଚିବା ପାଇଁ ପ୍ରାକୃତିକ ଜୀବନ ଚର୍ଯ୍ୟାକୁ ଗୁରୁତ୍ବ ଦେଲେ ଯୋଗଗୁରୁ : ସାକାରତ୍ମକ ଭାବନା ରୋଗ ପ୍ରତିରୋଧକ ଶକ୍ତିର ମୂଳମନ୍ତ୍ର

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଉପୁଜୁଥିବା ଡର, ଭୟ, ହତାଶ ଭାବନା ହିଁ ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରୁଛି ଏବଂ ଯେକୌଣସି ଛୋଟ ସ୍ଵାଭାବିକ ଲକ୍ଷଣ ଦେଖାଦେଲେ ତାହା ମାରଣାନ୍ତକ ସାବ୍ୟସ୍ତ ହେଉଛି । ଏଣୁ ଆମେ କରୋନା ସମ୍ପର୍କିତ ଅଭାବନୀୟ ଘଟଣା, ଖବର ଠାରୁ ନିଜକୁ ଦୂରରେ ରଖି ସାକାରାତ୍ମକ ଭାବନା ଓ କାର୍ୟକ୍ରମ କଲେ ଆମେ ଏହି ମହାମାରୀ କବଳରୁ ବର୍ତ୍ତି ପାରିବା । ଗତକାଲି ସ୍ଥାନୀୟ ସ୍ବେଛାସେବୀ ସଂସ୍ଥା ମହାଶକ୍ତି ଫାଉଣ୍ଡେସନ ତରଫରୁ ଆୟୋଜିତ ଏକ ୱେବିନାରରେ ଯୋଗଗୁରୁ ଡ.ହାରିଭାଇ ଆର୍ୟ୍ୟନ୍ ଏ ବିଷୟ ପ୍ରକାଶ କରିଛନ୍ତି ।

ସେ କହିଥିଲେ ଯେ, ମଣିଷ କାଳକ୍ରମେ ଆଧୁନିକ ଜୀବନ ଧାରାରେ ପ୍ରଭାବିତ ହୋଇ ନିରୋଗ ଜୀବନ ଚର୍ୟ୍ୟାକୁ ଭୁଲିଯିବା ଦ୍ଵାରା ଏହି ଅବସ୍ଥା ସୃଷ୍ଟି ହେଉଛି । ଆମ ଆଧୁନିକ ସଂସ୍କୃତି ସମ୍ପୂର୍ଣ୍ଣ ରୂପେ କ୍ଷଣସ୍ଥାୟୀ । ଆମ ଚିରସ୍ଥାୟୀ ସର୍ବ ପ୍ରାଚୀନ ବୈଦିକ ପରମ୍ପରା ଓ ସଂସ୍କୃତି ଯଥା ଯୋଗ, ଆୟୁର୍ବେଦ, ପ୍ରାକୃତିକ ଜୀବନ ଯାପନକୁ ପାଳନ କଲେ ଆମେ ସବୁଦିନ ପାଇଁ ସୁସ୍ଥ ହୋଇ ବଞ୍ଚି ପାରିବା ।

ଅନୁଷ୍ଠାନର ମୁଖ୍ୟ କାର୍ୟ୍ୟନିର୍ବାହୀ ଯୁଗଳ କିଶୋର ପଟ୍ଟନାୟକ ଓ ଆଞ୍ଚଳିକ ମୁଖ୍ୟ ସୀମାଞ୍ଚଳ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ୱେବିନାରରେ ୩୦୦ରୁ ଉର୍ଦ୍ଧ ଅଂଶ ଗ୍ରହଣକାରୀ ଯୋଗ ଦେଇଥିଲେ । କାର୍ୟକ୍ରମରେ ମୁଖ୍ୟତଃ ବର୍ତ୍ତମାନ ସମୟରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସମ୍ପର୍କିତ ବିଭିନ୍ନ ପ୍ରାକୃତିକ ଉପାୟ ବିଷୟରେ ଆଲୋଚନା କରାଯାଇଥିଲା । ଶେଷରେ ମହାଶକ୍ତିର ତାଲିମ ବିଭାଗର ମୁଖ୍ୟ ବିମଳକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.