oum

ପ୍ରକାଶ ପାଇଲା ଜେଇଇ ମେନ ପରୀକ୍ଷାଫଳ

jsm

ନୂଆଦିଲ୍ଲୀ : ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ । ଗତକାଲି ବିଳମ୍ବିତ ରାତିରେ ପ୍ରକାଶ ପାଇଛି ଜେଇଇ ମେନ୍ -୨୦୨୧ ଫଳାଫଳ । ୪୪ ପରୀକ୍ଷାର୍ଥୀ ୧୦୦% ମାର୍କ ହାସଲ କରିଥିବା ସୂଜନା ମିଳିଛି । ସୂଚନା ମତେ ପ୍ରଥମ ରାଙ୍କରେ ମିଳିତ ଭାବେ ସ୍ଥାନ ପାଇଛନ୍ତି ୧୮ ପରୀକ୍ଷାର୍ଥୀ । ୪ଟି ପର୍ଯ୍ୟାୟରେ ହୋଇଥିବା ପରୀକ୍ଷା ଆଧାରରେ ରେଜଲ୍ଟ ପ୍ରକାଶିତ ହୋଇଛି । ଚଳିତବର୍ଷ ପ୍ରଥମ ଥର ପାଇଁ ଜେଇଇ ମେନ ୪ଟି ପର୍ଯ୍ୟାୟରେ ହୋଇଥିଲା । ଏହା ଥିଲା ଶେଷ ପର୍ଯ୍ୟାୟ। ପୂର୍ବରୁ ତିନିଟି ପର୍ଯ୍ୟାୟ ପରୀକ୍ଷା ଯଥାକ୍ରମେ ଫେବୃୟାରୀ, ମାର୍ଚ୍ଚ ଏବଂ ଏପ୍ରିଲରେ ହୋଇଥିଲା । ଶେଷ ପର୍ଯ୍ୟାୟ ପରୀକ୍ଷା ମେ’ରେ ହେବାର ଥିଲା । କିନ୍ତୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହା ହୋଇ ପାରି ନ ଥିଲା । ସେପ୍ଟେମ୍ବର ୨ ତାରିଖରେ ଏହି ଶେଷ ପର୍ଯ୍ୟାୟ ପରୀକ୍ଷା ହୋଇଥିଲା । ଏନ୍‌ଟିଏ (ନାଶନାଲ ଟେଷ୍ଟିଂ ଏଜେନ୍ସି) ପକ୍ଷରୁ ଜେଇଇ ମେନ୍‌ ରେଜଲ୍ଟ ସହ ଟପ୍ପର ତାଲିକା ମଧ୍ୟ ଘୋଷଣା କରିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.