ଘାଟି ତଳକୁ ଖସିଲା ଜିପ୍ : ଅଳ୍ପକେ ବର୍ତ୍ତିଗଲେ ୨୫ରୁ ଅଧିକ ଯାତ୍ରୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ବାୟାପଡା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘାଟି ତଳକୁ ଖସିପଡିଲା କମାଣ୍ଡର ଜିପ । ଅଳ୍ପକେ ବର୍ତ୍ତିଲେ ୨୫ରୁ ଅଧିକ ଯାତ୍ରୀ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଖବର ଅନୁଯାୟୀ, ୨୫ ଅଧିକ ଯାତ୍ରୀ ଏକ ଜିପ୍‌ ଯୋଗେ କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଞ୍ଚାୟତର ଆମଳିବେଡ଼ାରୁ କୁଡୁମୁଲୁଗୁମ୍ମା ସାପ୍ତାହିକ ହାଟକୁ ଆସୁଥିଲେ । ଏହି ସମୟରେ ଭାରସାମ୍ୟ ହରାଇ ବାୟାପଡ଼ା ଘାଟି ଠାରେ ତଳକୁ ଖସିପଡିଲା ଜିପ୍‌ । ଯାହାଫଳରେ ଜିପ୍‌ରେ ଥିବା କିଛି ଯାତ୍ରୀ ଆହତ ହୋଇଛନ୍ତି । ବାକି ଅନେକ ଯାତ୍ରୀ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସେପଟେ ଘଟଣାସ୍ଥଳରେ କୁଡୁମୁଲୁଗୁମ୍ମା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏବେବି କିଛି ଯାତ୍ରୀ ଜିପ୍‌ରେ ଫସିରହିଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.