ppurohit

କଳାହାଣ୍ଡି କଳାକାର ପେନସନ ଭୋଗୀ ମହାସଂଘ ତରଫରୁ ଜୟପାଟଣା ବ୍ଲକର ନୂତନ କମିଟି ଗଠିତ

2nd

ଜୟପାଟଣା, (ଶେଷଦେବ ବେହେରା) : ଆଜି ତା,୯.୭.୨୦୨୫, ରିଖ ଦିନ କଲ୍ୟାଣ ମଣ୍ଡପଠାରେ ଜୟପାଟଣା ବ୍ଲକର ସାଂଗଠାନିକ ବୈଠକ ବ୍ଲକ ସଭାପତି କ୍ଷୀରୋଦ ଚନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନାଟ୍ୟ ଭୂଷଣ ତଥା ଜିଲ୍ଲା ସଭାପତି ପ୍ରଦୀପ ଧଙ୍ଗଡା ମାଝୀ, ମୁଖ୍ୟ ଅତିଥି, ଘୁମୁରା ଗୁରୁ ତଥା ଜିଲ୍ଲା ସମ୍ପାଦକ ତୀର୍ଥରାଜ ଦଳପତି, ମୁଖ୍ୟ ବକ୍ତା, ସମ୍ମାନନୀୟ ଅତିଥି ଭାବେ ଜିଲ୍ଲା ଉପସଭାପତି ମହେଶ୍ୱର ସରାଫ, ପ୍ରଶାନ୍ତ ପଟ୍ଟଯୋଶୀ, ଜୋନ ସଭାପତି ଉପେନ୍ଦ୍ର ତେଣ୍ଡକାରି, ସମ୍ପାଦକ ଲଛମନ ନାୟକ, କୋଷାଧ୍ୟକ୍ଷ ବିଜୟ ପ୍ରଧାନି, କୋକସରା ବ୍ଲକ ସଭାପତି ଡମ୍ବରୁଧର ଖର୍ସେଲ, ଜୟପାଟଣାର ବରିଷ୍ଠ କଳାକାର ଶ୍ରୀନିବାସ ବେହେରା, ଲବ ଦଳପତି ପ୍ରମୁଖ ଯୋଗ ଦେଇଥିଲେ । ଗୌତମ ଖମାରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ରବିନାରାୟଣ ବେହେରା ମଞ୍ଚପରିଚଳନା କରିଥିଲେ । ନୂତନ କମିଟି ମନୋନୟନରେ ସଭାପତି ଭାବେ ସତ୍ୟା ନନ୍ଦ ପୁଝାରୀ, ଉପସଭାପତି ଗୌତମ ଖମାରୀ, ପରମେଶ୍ୱର ନାଗ, ସମ୍ପାଦକ ଭାବେ ଯୁଗଳ ମାଝୀ, ଯୁଗ୍ମ ସମ୍ପାଦକ ସୁଧାଂଶୁ କୁମାର ଠାକୁର, ଲାଲ ବାହାଦୁର ବାଗ, କୋଷାଧ୍ୟକ୍ଷ ରବି ନାରାୟଣ ବେହେରା ମନୋନୀତ ହୋଇଥିଲେ । ଏହି ସଭାରେ ପେନସନ ଭୋଗୀ କଳାକାରଙ୍କ ସାମୁହିକ ଓ ବ୍ୟକ୍ତିଗତ ଉନ୍ନତି ସହ ଆମ କଳାକୁ ବଞ୍ଚାଇବାକୁ ଅହରହ ପ୍ରୟାସ ସହ ସାଂଗଠାନିକ ମଜଭୁତ ଉପରେ ଆଲୋକପାତ ହୋଇଥିଲା ।

Leave A Reply

Your email address will not be published.