oom

ରକ୍ଷା ବନ୍ଧନ ଓ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଚକରକେନ୍ଦ ଛକ ଠାରେ ଥିବା ଶାନ୍ତି ତପୋବନ ଆଶ୍ରମ, ମାତୃଛାୟା, ବାନପ୍ରସ୍ଥ ଆନୁକୂଲ୍ୟରେ ଅନୁଷ୍ଠିତ ପବିତ୍ର ରକ୍ଷା ବନ୍ଦନ ଓ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବକୁ ସୋହେଲା କଲେଜର ପୂର୍ବତନ ଅଧକ୍ଷ ଟେକ ଚାନ୍ଦ ଦୁଆନ ଯୋଗଦାନ କରି ଉଦଘାଟନ କରିଥିଲେ । ସୁରେନ୍ଦ୍ର ମେହେର ସଭାପତି ସଂଯୁକ୍ତ ଯୁବ ସଂଗଠନ, ବରଗଡ଼ଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଶ୍ରୀ ଦୁଆନ କବି ଗଙ୍ଗାଧରଙ୍କ ତପସ୍ୱିନୀ କାବ୍ୟ ଉପରେ ଆଲୋଚନା କରି ରକ୍ଷା ବନ୍ଦନ ଉତ୍ସବର ତାତ୍ପର୍ଯ୍ୟ ସମନ୍ଧରେ ଆଲୋକପାତ କରିଥିଲେ । ଅପରାହ୍ନ ଅଧିବେଶନରେ ବରିଷ୍ଠ ନାଗରିକ ସଂଘର ସମ୍ପାଦକ ପ୍ରହଲ୍ଲାଦ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ପ୍ରଥମେ ଲବଙ୍ଗ ସାହୁ ପ୍ରାରମ୍ଭିକ ସଂଗୀତ ଗାନ ପରେ ଶ୍ରୀମତୀ ନୁରା ସାହୁ, ସତ୍ୟ ବତୀ ଜେନା, କୁଶ ପ୍ରଧାନ, ବନମାଳୀ ସାହୁ, ଦେବାନନ୍ଦ ପଧାନ, ଲଳିତ ବାରିକ ଯୋଗଦେଇ ନିଜର ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଏହି ଉତ୍ସବରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇଥିବା ବେଳେ ଅନୁଷ୍ଠାନର ମୁଖ୍ୟ ଦେବଦତ୍ତ ତ୍ରିପାଠୀ ଉତ୍ସବକୁ ପରିଚାଳନା କରିଥିଲେ । ମାତୃଛାୟା କାଉନସିଲର ରଙ୍କିତା ଜୁଆଡ଼ି ଓ ମାତୃଛାୟା ଅନ୍ତେବାସିନୀ ମଥୁରା, ପୂର୍ଣ୍ଣା ଓ ଅନ୍ୟ ମାନେ ଆସିଥିବା ଅଥିତି ମାନଙ୍କୁ ରାକ୍ଷୀ ବାନ୍ଧି ଆଶୀର୍ବାଦ ଭିକ୍ଷା କରିଥିଲେ । ବାନପ୍ରସ୍ଥର ଅନ୍ତେବାସିନୀ ଜ୍ୟୋସ୍ନା, ପ୍ରମିଳା ଅତିଥି ସତ୍କାର କରିଥିବା ବେଳେ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟକ୍ରମରେ ମାତୃଛାୟା ଓ ବାନପ୍ରସ୍ଥର ଅନ୍ତେବାସୀ ମାନେ ଯୋଗଦେଇ ଉତ୍ସବକୁ ଉପଭୋଗ କରିଥିଲେ । ସଂଯୁକ୍ତ ଯୁବ ସଙ୍ଘଠନର ଉପ ସଭାପତି ଉମେଶ ଗଡତିଆ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.