ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପବିତ୍ର ଗୁରୁ ଦିବସ ଓ ଭୂମିଦାତା ସ୍ୱର୍ଗତ କେଶୋରାମ କେଡିଆଙ୍କ ଜୟନ୍ତୀ ପାଳିତ
ତୁଷୁରା, (କେପିଏନ୍ଏସ୍) : ଗୁଡଭେଲା ବ୍ଲକର ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ପବିତ୍ର ଗୁରୁ ଦିବସ ଓ ଭୂମିଦାତା ସ୍ୱର୍ଗତ କେଶୋରାମ କେଡିଆଙ୍କ ଜୟନ୍ତୀ ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବଛାତ୍ର ବିଶିଷ୍ଟ ସମାଜସେବୀ ରାଧା ରମଣ କେଡିଆ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଜଗଦୀଶ ପ୍ରସାଦ କେଡିଆ ଓ ନିମନ୍ତ୍ରିତ ଅତିଥି ଭାବେ ପିଙ୍କୁ ଅଗ୍ରୱାଲ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଊଷା କେଡିଆ ଓ ବିଭୋର କେଡିଆ ଯୋଗ ଦେଇଥିଲେ ଗୁରୁଙ୍କ ମହିମା ସମ୍ପର୍କରେ ଆଲୋକପାତ କରିଥିଲେ । ଛାତ୍ରୀ ପାୟଲ ସୁନା, ରେଶ୍ମା ନାଏକ, ସ୍ନେହା କୁମ୍ଭାର ଓ ସ୍ୱାତୀ ମହାନନ୍ଦ ଆଶୁକବି ଡ. ହେମନ୍ତ କୁମାର ଦାଶଙ୍କ ରଚିତ ଗୁରୁ ବନ୍ଦନା ଗାନ କରିଥିଲେ । ଆଶ୍ରିତା ଦଣ୍ଡସେନା ଓ ଭାରତୀ ଧରୁଆ ବକ୍ତୃତା ପ୍ରଦାନ କରିଥିଲେ । ସମସ୍ତ ଛାତ୍ରଛାତ୍ରୀ ଗୁରୁ ପୂଜନ ଓ ଗୁରୁ ଦକ୍ଷିଣା ଭେଟି ଦେଇଥିଲେ । ସହକାରୀ ଶିକ୍ଷୟିତ୍ରୀ ରଞ୍ଜିତା ନାଗ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ, ବିନ୍ଦୁ ମାହାଣା ଓ ଆକାଂକ୍ଷା ରାଣୀ ଯୋଶୀ ତଥା ପାଚିକା ଗୀତା ଦର୍ଜୀ ଓ ଗୁଣବତୀ ମହାଲିଙ୍ଗ ସହଯୋଗ କରିଥିଲେ । ଶେଷରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ତିଥି ଭୋଜନ ପରିବେଷଣ କରାଯାଇଥିଲା । ସ୍କୁଲ କ୍ୟାବିନେଟ୍ର ପ୍ରଧାନମନ୍ତ୍ରୀ ସୋମ ତନ୍ତୀ ତଥା ତାଙ୍କ ମନ୍ତ୍ରୀ ମଣ୍ଡଳର ସମସ୍ତ ମନ୍ତ୍ରୀ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।