oom

ପ୍ରଜ୍ଞା ପୁରୁଷ ସାହିତ୍ୟ ସାଧକ ଗଙ୍ଗାଧର ଗୁରୁଙ୍କ ଜୟନ୍ତୀ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମଙ୍ଗଳବାର ଦିନ ସକାଳ ୯ଟା ସମୟରେ ବିଶିଷ୍ଟ ବାଗ୍ମୀ କବି ସମ୍ପାଦକ ଶ୍ରୀ କୁବେର ପୁରୋହିତଙ୍କ ପଦ୍ମପୁର ସ୍ଥିତ ସିଂହନପୁର ବାସ ଭବନରେ ପ୍ରଜ୍ଞା ପୁରୁଷ ସାହିତ୍ୟ ସାଧକ ଗଙ୍ଗାଧର ଗୁରୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସଭାପତି ସୁଶ୍ରୀ ଜିତେଶ୍ୱରୀ ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନାଟ୍ୟକାର ରାଜେନ୍ଦ୍ର କୁମାର ମହାନ୍ତି, ପ୍ରାବନ୍ଧିକ ଡ. ଅବନୀ କାନ୍ତ ସାହୁ କୋଷାଧ୍ୟକ୍ଷ ଶଙ୍କର ଶତପଥି, କବି ରମଣୀ ରଞ୍ଜନ ବିଶ୍ୱାଳ, ପ୍ରମୋଦ ଚନ୍ଦ୍ର ନାଥ, ସଂଯୋଜକ ସୁଶାନ୍ତ ମହାପାତ୍ର, ଶ୍ରୀମତୀ ଜ୍ୟୋତ୍ସ୍ନା କର, ଆଖଣ୍ଡଳ ଦାଶ, ଅଖିଳେଶ୍ୱର ପୁରୋହିତ, ନରୋତ୍ତମ ଦାଶ, ଶୁଭଙ୍କର ପୁରୋହିତ ପ୍ରମୁଖ ସଭ୍ୟା ସଭ୍ୟ ଯୋଗଦାନ କରିଥିଲେ । ଏହି ଅବସରରେ କୁବେର ପୁରୋହିତଙ୍କୁ ଗଙ୍ଗାଧର ଗୁରୁ ସମ୍ମାନରେ ସମ୍ମାନିତ କରାଯାଇଥିଲା । କୁବେର ପୁରୋହିତ ୧୯୪୩ ମସିହା ଏପ୍ରିଲ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ବାପାଙ୍କ ନାମ ଧବଳେଶ୍ୱର ପୁରୋହିତ ମା’ ଅନ୍ନପୂର୍ଣ୍ଣା ଦେବୀ ଥିଲେ । ସେ ଛାତ୍ର ବତ୍ସଳ ଶିକ୍ଷକ ଥିଲେ । ସାହିତ୍ୟ ସାଧନା ଜୀବନର ବ୍ରତ ଥିଲା । ତାଙ୍କ ସମ୍ପାଦନାରେ ମାତୃଶକ୍ତି ଓ ମନୁଷ୍ୟ ଭଳି ଅନେକ ପତ୍ରିକା ପ୍ରକାଶିତ ହୋଇଥିଲା । ତାଙ୍କର ଲେଖା ଗୁଡ଼ିକ ଅନେକ ପ୍ରସିଦ୍ଧ ପତ୍ର ପତ୍ରିକାରେ ପ୍ରକାଶିତ ହୋଇଥିଲା । ସେ ଜଣେ ଉଚ୍ଚ କୋଟୀର ବକ୍ତା । ବର୍ତ୍ତମାନ ସେ ବୟସ ଆଧିକ୍ୟ ଯୋଗୁଁ ଚଳ ପ୍ରଚଳ କରି ପାରୁ ନାହାନ୍ତି । କିନ୍ତୁ ସାହିତ୍ୟ ସାଧନାରେ ପୂର୍ଣ୍ଣ ସମୟ ଅତି ବାହିତ କରୁଛନ୍ତି ବୋଲି ଅତିଥିମାନେ ମତ ପୋଷଣ କରିଥିଲେ । ଏହି ଅବସରରେ ବିଶିଷ୍ଟ ବାଗ୍ମୀ କବି ସମ୍ପାଦକ କୁବେର ପୁରୋହିତଙ୍କୁ ସିରଜିନା ଗଙ୍ଗାଧର ଗୁରୁ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

jittmm
Leave A Reply

Your email address will not be published.