ଟିଟିଲାଗଡ଼ ସାହିତ୍ୟ ସଂସ୍କୃତି ପକ୍ଷରୁ ଫକିର ମୋହନ ଜୟନ୍ତୀ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସାରସ୍ଵତ ଚେତନାର ବାର୍ତ୍ତାବହ ସାହିତ୍ୟ ସଂସ୍କୃତି ଟିଟିଲାଗଡ଼ ପକ୍ଷରୁ ସଭାପତି ଜ୍ୟୋତି ପ୍ରକାଶ ଗଡତିୟାଙ୍କ ସଭାପତିତ୍ୱରେ ସ୍ଥାନୀୟ ପ୍ରଭାବତୀ ପବ୍ଲିକ ସ୍କୁଲ ଜୁନିଅର ୱିଂଗ୍‌ଠାରେ ଫକିର ମୋହନ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ବନ ଅଧିକାରୀ ସୁଶିଲ ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଶ୍ରୀମତୀ ଶିବପ୍ରୀୟା ମିଶ୍ର, ସାହିତ୍ୟ ସଂସ୍କୃତିର ସମ୍ପାଦକ ପ୍ରମୋଦ ପାଲ ମଞ୍ଚାସୀନ ଥିଲେ । ମଞ୍ଚ ସଂଯୋଜନା କରିଥିଲେ ବୃନ୍ଦାବନ ଷଡଙ୍ଗୀ । ଏହି ଅବସରରେ ସେବକ ଚରଣ ଦାସଙ୍କ ଲିଖିତ ବାସ୍ତବତାର ହିମରେଖା ଓ ଡ. ଘନଶ୍ୟାମ ଜୈନଙ୍କ ଲିଖିତ ଜଣେ ଡ଼ାକ୍ତରଙ୍କ ଅନୁଭୂତିରୁ ପୁସ୍ତକ ଆସିଥିବା ଅତିଥିଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା । ଏହି ଜୟନ୍ତୀ ପାଳନ ଅବସରରେ ଟିଟିଲାଗଡ଼ ସହରର ବୁଦ୍ଧିଜୀବୀ, ଲେଖକ, କବି, ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

Leave A Reply

Your email address will not be published.