oom

ଓଡିଆ ଭାଷା ବିକାଶ ମଞ୍ଚ ପକ୍ଷରୁ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ତରଫରୁ ଶକ୍ତି ନଗର ସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଉଭୟ ମନିଷୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରାଯାଇଥିଲା । ମଞ୍ଚର ସଭାପତି ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ଵ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପୁଲିସ ଅଧିକାରୀ ଡ. ସୁମନ ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେ ଏହି ଅବସରରେ ନେତାଜୀଙ୍କ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ ଓ ଦେଶ ପାଇଁ ବଳିଦାନ ତଥା ଭାରତୀୟ ସଶସ୍ତ୍ର ସଂଗ୍ରାମର ମହାନାୟକ ସୁରେନ୍ଦ୍ର ସାଏଙ୍କ ଦେଶ ସ୍ୱାଧୀନତାରେ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ସଭାପତିତ୍ୱ ଅଭିଭାଷଣରେ ଶ୍ରୀ ପତି ଉଭୟ ମନିଷୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ବେଙ୍ଗାଲୋରରୁ ଆସିଥିବା ଜୟ ଶଙ୍କର ଓ ପିଲ୍ଲା ରେଡ୍ଡୀ ପ୍ଲାଷ୍ଟିକ ବିରୋଧରେ ସ୍ଲୋଗାନ ସହ କପଡା ବ୍ୟାଗ ବ୍ୟବହାର କରିବା ପାଇଁ ଆହ୍ୱାନ ଦେଇଥିଲେ । ଯଦି ଆମେ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ବର୍ଜନ କରିପାରିବା ତେବେ ଉଭୟ ମନିଷୀଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ପ୍ରଫେସର ବିନୋଦ ସାହୁ, ପ୍ରଫୁଲ୍ଲ ସାମଲ, ବିକ୍ରମ ଦଳବେହେରା, ସନ୍ତୋଷ ବିଶ୍ୱାଳ, ଦେବେନ୍ଦ୍ର ମହାରଣା, ଦାଶରଥି ବାରିକ, ଗୋଲକ ଚନ୍ଦ୍ର ସେନାପତି, ପୁରୁଷୋତ୍ତମ ନାୟକ, ସସ୍ମିତା ପ୍ରଧାନ, ରମେଶ ନନ୍ଦ, ମନୋଜ ମହାପାତ୍ର, କୁଞ୍ଜବିହାରୀ ରାଉତ, ସୁଶ୍ରୀ ଆକାଂକ୍ଷା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.