oom

ସାଲେଭଟାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

jsmm

ସାଲେଭଟା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ପ୍ରାଥମିକ ସ୍କୁଲର ଜୁନିଅର ରେଡକ୍ରସ ୟୁନିଟ ତରଫରୁ କୋଭିିଡ ଗାଇଡଲାଇନ ଅନୁପାଳନ କରି ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ମହାପୁରୁଷ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ଦୂର୍ଯ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସଭାରେ ପରିଚାଳନା କମିଟିର ସଦସ୍ୟ ଏବଂ ଶିକ୍ଷକ ବୃନ୍ଦ ଉଭୟ ମହାପୁରଷଙ୍କ ସ୍ମୃତି ଚାରଣ କରିଥିଲେ । ୱାଟସଏପ୍‌ ମାଧ୍ୟମରେ ଗାନ୍ଧୀଜୀ ଏବଂ ଶାସ୍ତ୍ରୀଜୀଙ୍କ ଜୀବନୀ ଓ ଦେଶ ଗଠନର କାର୍ଯ୍ୟବଳୀ ସମୂହର ଫଟୋ ଆଲବମ୍‌ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣ କରାଯାଇଥିଲା । ଏଥି ସହିତ ବିଦ୍ୟାଳୟ ପରିସରରେ ସଫେଇ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କମିଟି ସଭାପତି ରୁଦ୍ରକାନ୍ତ ମେହେର, ସିଆର୍‌ସିସି ସଦାନନ୍ଦ ଭୋଇ ଏବଂ ଶିକ୍ଷୟତ୍ରୀ କୁନ୍ତି ପଧାନ, ଗୁରୁବାରୀ ପଧାନ, ଅଳକା ପଣ୍ଡା, କାଂଚନ ହୋତା, ଗୋବିନ୍ଦ ଭୋଇ, ପୂର୍ବତନ ୱାର୍ଡସଭ୍ୟ ବିପ୍ର ଷାଣ୍ଢ, ବିଘ୍ନେଶ୍ୱର କୁମ୍ଭାର, ଦାମ୍ବୋଦର ମେହେର ପ୍ରମୁଖ ଯୋଗଦାନ କରି ସହଯୋଗ କରିଥିଲେ । ଶେଷରେ ଇକୋ କ୍ଲବ ସଂପାଦିକା ଧରିତ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.