oom

ଗାନ୍ଧୀ ପାଠାଗାରରେ ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ପାଠାଗାରରେ ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରାତଃରୁ ରାମଧୁନ ସହ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଗାନ୍ଧୀ ପାଠାଗାରର ସଭାପତି ପ୍ରକାଶ ନେପାକ, ବରିଷ୍ଠ ସଭ୍ୟ ବିକ୍ରମାନନ୍ଦ ବହିଦାର, ସୁଧାନିଧି ହୋତା, ପୀତବାସ ପଣ୍ଡା, ନିଳମଣି ମିଶ୍ର, ଭଗବାନ ବଗତ୍ତି, ନବୀନ ନନ୍ଦ, ଅଶୋକ ଚାନ୍ଦ, ବୈଷ୍ଣବ ସାହୁ, ରାଜେନ୍ଦ୍ର ସାହୁ, ଟୁନା ହୋତା, ସଂଗ୍ରାମ ବହିଦାର, ଅଜିତ ପଣ୍ଡା, ଅବଦୁଲ ରଜାକ୍‌, ବିଧୁଭୂଷଣ ତ୍ରିପାଠୀ, ଅମ୍ବିକା ଶତପଥି, ପ୍ରମୋଦ ପ୍ରଧାନ ଏବଂ ସମ୍ପାଦକ ପ୍ରଦୀପ ସାହୁ ପ୍ରମୁଖ ମାଲ୍ୟାର୍ପଣ ସହ ଶାସ୍ତ୍ରୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବରିଷ୍ଠ ସଭ୍ୟ ବିକ୍ରମାନନ୍ଦ ବହିଦାର ପାଠାଗାରର ସମସ୍ତ ସଭ୍ୟ ଗାନ୍ଧିଜୀଙ୍କ ବିଚାରଧାରରେ ଅନୁପ୍ରେଣୀ ହୋଇ ସମାଜ ସେବା କରିବା ପାଇଁ ଉପଦେଶ ଦେଇଥିଲେ । ଗାନ୍ଧୀ ପାଠାଗାରରେ ଇଣ୍ଡୋର ଖେଳ ଯଥା କେରମ୍‌, ଚେସ୍‌, ଚାଇନିଜ ଚେକର ଇତ୍ୟାଦି ଗାନ୍ଧୀ ଜୟନ୍ତୀ ଅବସରରେ ଶୁଭାରମ୍ଭ କରାଯାଇଥିବାର ସୂଚନା ସମ୍ପାଦକ ପ୍ରଦୀପ ସାହୁ ସୂଚନା ଦେଇଛନ୍ତି । ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠରେ ପାଠାଗାର ସୁବିଧାର ଶୁଭାରମ୍ଭ କରାଯାଇଥିବାର ସୂଚନା ସନ୍ତକ ବହିଦାର ଦେଇଥିଲେ । ଆଜିର ସମସ୍ତ କାର୍ଯ୍ୟକ୍ରମରେ ସମସ୍ତେ ସହଯୋଗ କରିଥିବାରୁ ବରିଷ୍ଠ ସଭ୍ୟ ଭଗବାନ ବଗର୍ତ୍ତି ଧନ୍ୟବାଦ ଅର୍ପଣ କରିଛନ୍ତି ।

jittmm
Leave A Reply

Your email address will not be published.