centurian jitm

ସାମ୍ବାଦିକ ଗୌରବ ଶିବପ୍ରସାଦ ପାଣ୍ଡିଆଙ୍କ ୯୭ତମ ଜୟନ୍ତୀ ସମାରୋହ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିପ୍ଳବୀ କବି, ସୁଲେଖକ, ସର୍ବହରାର ସାଥୀ ସାମ୍ବାଦିକ ଗୌରବ ଶିବପ୍ରସାଦ ପାଣ୍ଡିଆଙ୍କ ୯୭ତମ ଜୟନ୍ତୀ ସମାରୋହ ସ୍ଥାନୀୟ ସାମ୍ବାଦିକ ଭବନଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ସନ୍ଦୀପ କୁମାର କୁଅଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍‌ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଓ ସଂସ୍କୃତି ଗବେଷଣ ଡ. ଘାସିରାମ ମିଶ୍ର ସ୍ୱର୍ଗତ ପାଣ୍ଡିଆଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଅତିଥି ନାଟ୍ୟଭୂଷଣ ଛୁରିଆ ସ୍ୱର୍ଗତ ପାଣ୍ଡିଆଙ୍କ ସଂଘର୍ଷମୟ ଜୀବନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଜଣେ ଆଦର୍ଶ ଶିକ୍ଷକ, ସଫଳ ଜୀବନବୀମା ଅଭିକର୍ତ୍ତା, ଜ୍ୟୋତିଷ ବିଶାରଦ, ପାଟଣାଗଡ ଗ୍ରାମପଞ୍ଚାୟତର ପ୍ରଥମ ସରପଞ୍ଚ, ଏନ୍‌ଏସିର ପ୍ରଥମ ଚେୟାରମେନ୍‌, ଜଣେ ନିର୍ଭୀକ ସାମ୍ବାଦିକ ଏବଂ ସମ୍ପାଦକ ଭାବେ ସ୍ୱର୍ଗତ ପାଣ୍ଡିଆ କିଭଳି ଜନମାନସରେ ଛାପ ଛାଡିଥିଲେ ବର୍ଣ୍ଣନା କରିଥିଲେ । ଜରିବେଟୁ, ସର୍ବହରା ଏବଂ ସମାଜର ସବାତଳ ବର୍ଗ ମଣିଷ ଶୁକୁରୁ ଡୁଗୁରୁଙ୍କ ନ୍ୟାୟ ଏବଂ ଅଧିକାରର ଲଢେ଼ଇକୁ ନେଇ ତାଙ୍କ ସଂଘର୍ଷ ବିଷୟରେ କହିଥିଲେ । ଜଣେ ନିର୍ଭୀକ ସାମ୍ବାଦିକ ଏବଂ ସମ୍ପାଦକ ଭାବେ ସେ କିଭଳି ପ୍ରଶାସକ ଏବଂ ରାଜନେତାଙ୍କ ବିରୁଦ୍ଧରେ କଲମ ଚାଲନା କରୁଥିଲେ କହିଥିଲେ । ଅନ୍ୟତମ ଅତିଥି ଡ. ମିଶ୍ର ସ୍ୱର୍ଗତ ପାଣ୍ଡିଆଙ୍କ ଧ୍ୱନିମୟ କାବ୍ୟିକ ଆବେଦନରେ ସର୍ବହରାର ଶୋଷଣ ଓ କଷଣ କଥା ରହିଥିଲା । ରୁଦ୍ରଆହ୍ୱାନ କବିତା ଏକ ଆନ୍ଦୋଳନର ରୂପ ନେଇଥିଲା ବୋଲି କହିଥିଲେ । ଏହି ଅବସରରେ ସ୍ୱର୍ଗତ ପାଣ୍ଡିଆଙ୍କ ସୁପୁତ୍ର ଶିକ୍ଷାବିତ୍‌ ସୁଶୀଳ କୁମାର ପାଣ୍ଡିଆ ଓ ବୁଦ୍ଧିଜୀବୀ ଆହ୍ଳାଦ ପୂଜାରୀ ସ୍ୱର୍ଗତ ପାଣ୍ଡିଆଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ । ସଭାପତୀୟ ବକ୍ତବ୍ୟରେ ଅଧ୍ୟାପକ କୁଅଁର ସ୍ୱର୍ଗତ ପାଣ୍ଡିଆଙ୍କ ସାମ୍ବାଦିକତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ କହିଥିଲେ । ସଭା ପ୍ରାରମ୍ଭରେ ବରଗଡରୁ ଆସିଥିବା ବିପ୍ଳବୀ କଣ୍ଠଶିଳ୍ପୀ ସୁଜିତ କୁମାର ପାଣିଗ୍ରାହୀ ବିପ୍ଳବୀ ସଙ୍ଗୀତ ପରିବେଷଣ କରିଥିଲେ । ସାମ୍ବାଦିକ ବୀରେନ୍ଦ୍ର କୁମାର ଝାଙ୍କର ଅତିଥି ପରିଚୟ ଏବଂ ସଭା ଆଭିମୁଖ୍ୟ ଉପରେ କହିଥିଲେ । ସଭାରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଶିବପ୍ରସାଦ ନନ୍ଦ, ନାଗରିକ କମିଟି ସମ୍ପାଦକ ମନୋରଞ୍ଜନ ସାହୁ, ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ପ୍ରଭାକର ମିଶ୍ର, ପୂର୍ବତନ ଶିକ୍ଷକ ମୋହନ ଝାଙ୍କର, ସମାଜକର୍ମୀ ବିଷ୍ଣୁ ପ୍ରସାଦ କେଡିଆ, ବରିଷ୍ଠ ସାମ୍ବାଦିକ ସୁବାସ ପଣ୍ଡା, ସାହିତ୍ୟିକ ଭବାନୀ ଶଙ୍କର ପଟେଲ, ଜଗବନ୍ଧୁ ଖମାରୀ ଶର୍ମା, ସଙ୍ଗଠକ ସୁରୁଲାଲ ମଟାରୀ, ପ୍ରେସକ୍ଲବ୍‌ ସଭାପତି ଅରୁଣ ମିଶ୍ର, ଆଡଭୋକେଟ ଶୁଭ୍ରାଂଶୁ ଶେଖର ପଣ୍ଡା, ଡ ପ୍ରେମଚାନ୍ଦ ମହାନ୍ତି, ଉଦିତ୍‌ ଚନ୍ଦ୍ର ପଣ୍ଡା, କୁନୁ ପଣ୍ଡା, ସରିତା ଆଚାର୍ଯ୍ୟ, ବନମାଳୀ ପୋଢ଼, ଶିବପ୍ରସାଦ ରଣା, ଯୁଜେଷ୍ଟି ମେହେର, ବାଲୁକା ଶିଳ୍ପୀ ଓମ୍‌ପ୍ରକାଶ ସାହୁ, ଲୋୟର ସୁକ୍‌ତେଲ ଆନ୍ଦୋଳନର ସତ୍ୟ ବନ୍‌ଛୋର, ଉପେନ୍ଦ୍ର ସାହୁ, ଶିଶୁ ସାହିତ୍ୟିକ ପ୍ରଶାନ୍ତ ଯୋଷୀ, ସଞ୍ଜୟ ଭୋଇ, ସତ୍ୟ ମିଶ୍ର, ପ୍ରଶାନ୍ତ ମହାକୁର, ପ୍ରଭାତ ରଞ୍ଜନ ପାଣ୍ଡିଆ, ବୁଦ୍ଧି ସାଗର ଯୋଷୀ, ମୋହନ ରଞ୍ଜନ ପାଣ୍ଡିଆ, ଟିକଲ ପଟେଲ, ଚନ୍ଦ୍ରଭାନୁ ମୋଲାଣା ଓ ପାଣ୍ଡିଆ ପରିବାର ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.