ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜବିହାର ତଥା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ଯୋଜନା ଆନୁକୂଲ୍ୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଦିବସ ପାଳିତ ହୋଇଯାଇଛି । ସଭାର ଆରମ୍ଭରେ ଜାତୀୟ ସେବା ଯୋଜନା ଅଧିକାରୀ ଶକ୍ତି ରଞ୍ଜନ ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଆନୁଷ୍ଠାନିକ ସଭାରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଅଧ୍ୟକ୍ଷତା କରିଥିଲେ । ଏହି ସଭାରେ କୁଳସଚିବ ସଚ୍ଚିଦାନନ୍ଦ ନାୟକ, ଜାତୀୟ ସେବା ଯୋଜନା ସଂଯୋଜକ ଡ଼ଃ. ଜୟନ୍ତ କୁମାର ପଣ୍ଡା, ଏଟିଆଈ, ଭୁବନେଶ୍ୱରର ଅଧ୍ୟାପକ ନିରୋଦ ବରଣ ଖୁଣ୍ଟିଆ ଅତିଥି ରୂପେ ଉପସ୍ଥିତ ଥିଲେ । ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର୍ ତଥା ବିଶିଷ୍ଟ ରାଜନୀତି ବିଜ୍ଞାନୀ ପ୍ରଫେସର୍ ବିଷ୍ଣୁ ଚରଣ ଚୌଧୁରୀ ମୁଖ୍ୟବକ୍ତା ରୂପେ ଯୋଗଦେଇ ଥିଲେ । ସେ ନେତାଜୀଙ୍କ ଇତିହାସ, ଆଦର୍ଶ ଓ ବର୍ତ୍ତମାନ ସମୟରେ ନେତାଜୀଙ୍କ ପରି ବ୍ୟକ୍ତିତ୍ଵର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସଭାରେ ଅନେକ ଅଧ୍ୟାପକ ଅଧ୍ୟାପିକା, ଛାତ୍ର ଛାତ୍ରୀ, ଅଣଶିକ୍ଷକ କର୍ମଚାରୀମାନେ ଉପସ୍ଥିତ ଥିଲେ ଓ ସଭା ଶେଷରେ ମୁଖ୍ୟବକ୍ତାଙ୍କ ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏସ.ଏମ. ମହାବିଦ୍ୟାଳୟର ଯୋଜନା ଅଧିକାରିଣୀ ଡ଼ଃ. ତପସ୍ଵିନୀ ଗୌଡ଼ ଧନ୍ୟବାଦ୍ ଅର୍ପଣ କରିଥିଲେ ଓ ଜାତୀୟ ସଙ୍ଗୀତ ସହ ସଭାକୁ ଶେଷ କରାଯାଇଥିଲା ।

Leave A Reply

Your email address will not be published.