ls

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ସପ୍ତାହ ପାଳିତ

sb

ଭୋଗରାଇ : ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ସପ୍ତାହ ପାଳିତ ହୋଇଯାଇଛି । ଅଲ୍ ଓଡିଶା ନେତାଜୀ ଜୟନ୍ତୀ ପାଳନ କମିଟି ପକ୍ଷରୁ ଆୟୋଜିତ ଏବଂ ଭୋଗରାଇ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନ (ଆର୍‌ଆଇଏଚ୍‌ଏସ୍‌) ଅଡିଟୋରିୟମ ହଲରେ ଅନୁଷ୍ଠିତ ଏହି ବୈଦ୍ଧିକ ସମାବେଶରେ ଅନୁଷ୍ଠାନର ଅଧ୍ୟକ୍ଷ କେଦାର ସିଂ ଦାସ ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବେ ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ ଉତ୍ସବ କୁମାର କର, ଆର୍‌ଆଇଏଚ୍‌ଏସ୍‌ର ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ଜଗଦୀଶ ଚନ୍ଦ୍ର ଗିରି, ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର ଅଚିନ୍ତ୍ୟ କୁମାର ଦାସ, ଶିକ୍ଷା ବିଭାଗ ମୁଖ୍ୟ ପ୍ରଫେସର ରମେଶ ଚନ୍ଦ୍ର ପାତ୍ର, ପ୍ରଫେସର ଜୟଦେବ ମହାନ୍ତି, ଶିକ୍ଷା ବିଭାଗ ଅଧ୍ୟାପକ ଜଗନ୍ନାଥ କୁଅଁର, ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ହରେନ୍ଦ୍ର ନାରାୟଣ ବେହେରା, ଡିଇଓ ଅଜୟ କୁମାର କୁଣ୍ଡୁ, ଏସକେ ତନୟ କୁମାର ଦାସ, ଭୋଗରାଇ ପ୍ରେସ କ୍ଲବ ସଭାପତି ଅମର ମହାନ୍ତି, ସମ୍ପାଦକ ବିଶ୍ବମ୍ବର ଦାସ, ନେତାଜୀ ଜୟନ୍ତୀ ପାଳନ କମିଟି ସଦସ୍ୟ ହରେକୃଷ୍ଣ ଦାସ, ଆସମାନ ରାଜ, ସସ୍ମିତା ମହାନ୍ତି, ମନୋଜ ପାତ୍ର ପ୍ରମୁଖ ଯୋଗ ଦେଇ ନେତାଜୀଙ୍କ ଫଟୋ ଚିତ୍ରରେ ପୂଷ୍ପାର୍ଘ୍ୟ ଅର୍ପଣ ପୂର୍ବକ ତାଙ୍କ ଜୀବନୀ ଓ ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ଅନନ୍ୟ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ ।

pc pk
Leave A Reply

Your email address will not be published.